Cricket

ପାକିସ୍ତାନୀ ବୋଲର କହିଲେ- ବିରାଟ କୋହଲି ଜଣେ ନୁହଁନ୍ତି, ସେ ହିଁ ୧୧ ଜଣ ଖେଳାଳିଙ୍କ ସହ ସମାନ

(ମମତା ସାମଲ ): ପାକିସ୍ତାନୀ ସ୍ପିନର ସକଲେନ ମୁସ୍ତାକ ଇଂଲଣ୍ଡର ମୋଇନ ଅଲି ଓ ଆଦିଲ ରଶିଦଙ୍କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପୂରା ଭାରତୀୟ ଟିମ ଭାବେ ବୁଝନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି କୋହଲି ୧୧ ଜଣ ଖେଳାଳି ଭଳି । ସକଲେନ ଗତ ବର୍ଷ ବିଶ୍ୱକପ ଯାଏଁ ଇଂଲଣ୍ଡ ଟିମର ସ୍ପିନ ପରାମର୍ଶଦାତା ଥିଲେ । ଉଭୟ ମୋଇନ ଓ ରଶିଦ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ୬-୬ ଥର ଆଉଟ କରିଛନ୍ତି ।

ସକଲେନ ଏକ ଇନଷ୍ଟାଗ୍ରାମ ଲାଇଭ ଚାଟରେ କହିଛନ୍ତି, ସେ ଜଣେ ନୁହଁନ୍ତି, ଏଗାର ଜଣ । ମୁଁ ତାଙ୍କୁ ଏହା କହୁଥିଲି ଯେ, ବିରାଟଙ୍କ ୱିକେଟ ପୂରା ଭାରତୀୟ ଟିମକୁ ଆଉଟ କଲା ଭଳି । ସେ ନିଜେ ନିଜକୁ ଜଣେ ଏକାଦଶ । ସେ କହିଛନ୍ତି କିନ୍ତୁ ମୁଁ ସେମାନଙ୍କୁ ଏହା ମଧ୍ୟ କହୁଥିଲି ଯେ, ଚାପ ଆପଣମାନଙ୍କ ଉପରେ ନାହିଁ, ତାଙ୍କର (କୋହଲି)ଙ୍କ ଉପରେ । କାରଣ ପୂରା ବିଶ୍ୱ ତାଙ୍କୁ ଦେଖୁଛି । ସେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ । କିନ୍ତୁ ରଣନୀତି, କଳ୍ପନାଶକ୍ତି ଓ ଶକ୍ତି ହିସାବରେ ଆପଣମାନେ (ମୋଇନ ଓ ରଶିଦ) ମଧ୍ୟ କମ ନୁହଁନ୍ତି ।

Related posts

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

Odisha Sports Bureau

ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଚେଷ୍ଟା କଲେ ପାକ୍ ପ୍ରଶଂସକ?

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା

Odisha Sports Bureau