More Sports

ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ାର ଲୋଗୋ ଉନ୍ମୋଚିତ

(ଓଡ଼ିଶା ସ୍ପୋର୍ଟସ ): ପୂର୍ବତଟ ରେଳବାଇ ଅଡ଼ିଟୋରିୟମରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ାର ଲୋଗୋ ଉନ୍ମୋଚିତ ହୋଇଛି । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ତାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ଵ ବିଦ୍ୟାଳୟ କ୍ରୀଡ଼ାର ଲୋଗୋ ଉନ୍ମୋଚନ କରିଛନ୍ତି। କ୍ରୀଡାର ମାସ୍କଟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଉନ୍ମୋଚନ କରିଛନ୍ତି । ବିଶ୍ୱବିଦ୍ୟାଳୟ  କ୍ରୀଡ଼ାର ମାସ୍କଟର ନାଁ ରହିଛି ଜୟ-ବିଜୟ । ସେହି ପରି ଖେଲୋ ଇଣ୍ଡିଆର ଜର୍ସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। କିଟ୍ ବିଶ୍ୱବିଦ୍ୟାଳୟରେ ଫେବୃଆରୀ ୨୨ରୁ ମାର୍ଚ୍ଚ ୧ ପର୍ୟ୍ୟନ୍ତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋ ଜିତ ହେବ।

ଏଥିରେ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, କିଟ୍ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇଛନ୍ତି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ ଦେଶର ଗୋଟିଏ ରାଜ୍ୟ ଗୋଟିଏ ଖେଳକୁ ପ୍ରୋତ୍ସାହନ କରିବେ । ଏନେଇ କେନ୍ଦ୍ର ସରକାର ଏକ ପଲିସି ଆଣିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଏଥିରେ ସଂପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେବେ। ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରିପାରିବେ । ୨୦୨୮ ଲସ ଅଞ୍ଜେଲେଶ୍ ଅଲମ୍ପିକରେ ଭାରତ ଟପ୍ ଟେନରେ ରହିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ବର୍ଷକୁ ଚାରୋଟି ମୁଖ୍ୟ ଖେଳ କରାଯିବ । ଏଥିରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍, ଖେଲୋ ଇଣ୍ଡିଆ ୟୁଥ ଗେମ୍ ୩, ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ ଓ ଖେଲୋ ଇଣ୍ଡିଆ ଡିସାବାଲ୍ ଆଣ୍ଡ ଇଣ୍ଡିଜିନିଅସ୍ ଗେମ ସାମିଲ କରାଯିବ। ପ୍ରତିଯୋଗିତା ତୀରନ୍ଦାଜୀ , ଦୌଡ଼କୁଦ , ବକ୍ସିଂ , ଫେନସିଂ , ଜୁଡ଼ୋ , ସନ୍ତରଣ , ଭାରୋତ୍ତୋଳନ , କୁସ୍ତି , ବ୍ୟାଡ଼ମିଣ୍ଟନ , ବାସ୍କେଟବଲ , ଫୁଟବଲ , ହକି ,ଟେବୁଲ ଟେନିସ ଓ ଭଲିବଲ ଉଭୟ ପୁରୁଷ ମହିଳା ବର୍ଗରେ ଆୟୋଜିତ ହେବ । ପ୍ରତି ଇଭେଣ୍ଟରେ ଦେଶର ଶ୍ରେଷ୍ଠ ୮ ଟି ବିଶ୍ୱିଦ୍ୟାଳୟ ଦଳ ଅଂଶଗ୍ରହଣ କରିବେ।

Related posts

ପ୍ରାଗନନନ୍ଦାଙ୍କ ବିଜୟ ଅଭିଯାନ ଶେଷ

Odisha Sports Bureau

ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବେ ପିଟି ଉଷା

Odisha Sports Bureau

 ଜୋହାନ୍ସ ୱେଟର୍ ବିଶ୍ୱ ରେକର୍ଡରୁ ବଞ୍ଚିତ

Odisha Sports Bureau