Cricket

ପ୍ରଥମ ଭାରତୀୟ ଭାବେ ଧୋନିଙ୍କ ରେକର୍ଡ଼

(ଓଡିଶା ସ୍ପୋର୍ଟ): ଗତକାଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନି ରେକର୍ଡ଼ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଆଇପିଏଲରେ ୨୦୦ ଛକା ମାରିବାର ରେକର୍ଡ କରିଛନ୍ତି। ଧୋନି ନିଜର ୮୪ ରନର ଇନିଂସ ଦ୍ୱାରା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

ଧୋନି ନିଜର ଏହି ମାରାଥନ୍ ଇନିଂସରେ ୫ ଚୌକା ଓ ୭ ଛକା ମାରି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ଆଇପିଏଲରେ ଧୋନିଙ୍କ ଛକା ସଂଖ୍ୟା ଏବେ ୨୦୩ରେ ପହଞ୍ଚିଛି। ଧୋନିଙ୍କ ପରେ ରୋହିତ ଶର୍ମା ଓ ସୁରେଶ ରାଇନା ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଉଭୟେ ରୋହିତ ଓ ରାଇନା ୧୯୦ ଲେଖାଏ ଛକା ମାରିଛନ୍ତି। ସେହିପରି ଆରସିବି ଅଧିନାୟକ ବିରାଟ୍ କୋହଲି ୧୮୬ ଛକା ମାରିଛନ୍ତି। ତେବେ ଆଇପିଏଲରେ ସର୍ବାଧିକ ଛକାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ଗେଲ୍ ୩୨୩ ଛକା ମାରି ଆଗରେ ଥିବା ବେଳେ ତାଙ୍କ ପଛକୁ ଏବି ଡି’ଭିଲିୟର୍ସ (୨୦୪) ଅଛନ୍ତି।

Related posts

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau

ବିଶ୍ବକପ ପୂର୍ବରୁ ହଠାତ ନେଲେ ଅବସର

Odisha Sports Bureau

ସର୍ବାଧିକ ମ୍ୟାଚ ଆୟୋଜନ କରିବାର ରେକର୍ଡ଼ କଲା ବିସିସିଆଇ