More Sports

ପ୍ରୋ କବାଡ୍ଡୀ ୨୦୧୯: ଦିଲ୍ଲୀ ଉପରେ ବଙ୍ଗଳାର ସହଜ ବିଜୟ

(ଓଡିଶା ସ୍ପୋର୍ଟସ): ବଙ୍ଗଳା ୱାରିୟର୍ସ ସୋମବାର ଦିନ ଦବଙ୍ଗ ଦିଲ୍ଲୀକୁ ୪୨-୩୩ରେ ପରାସ୍ତ କରି ପ୍ରୋ କବାଡ୍ଡି ଲିଗର ଶୀର୍ଷରେ ପହଞ୍ଚି ଏହି ପ୍ରତିଦ୍ୱନ୍ଦିର ନିକଟତର ହୋଇଛି । ୱାରିୟର୍ସର ଏବେ ୭୮ ଅଙ୍କ ହୋଇଯାଇଛି, ସେ ଦିଲ୍ଲୀ ଠାରୁ କେବଳ ୪ଟି ଅଙ୍କରେ ପଛରେ ରହିଛି । ସେହିପରି ଅନ୍ୟଏକ ମ୍ୟାଚରେ ତମିଲ ଥଲାଇଭସକୁ ୩୬-୩୨ରେ ପରାସ୍ତ କରି ୟୁ ମୁମ୍ବା ଟିମ ୫୯ଅଙ୍କ ସହିତ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି । ଗଲ ଏବଂ ଦିଲ୍ଲୀର ମ୍ୟାଚରେ ୱାରିୟର୍ସର ମନିନ୍ଦର ସିଂହ ଏହି ଟୁର୍ଣ୍ଣାମେଣ୍ଟରେ ୧୦ମ ଥର ସୁପର-୧୦ର ସ୍କୋର ସଂଗ୍ରହ କରିଛନ୍ତି । ସେ ପ୍ରଥମରୁ ହିଁ ୱାରିୟର୍ସ ପାଇଁ ଅଙ୍କ ସଂଗ୍ରହ କରିବାରେ ଲାଗିପଡିଥିଲେ । ଦବଙ୍ଗ ଦିଲ୍ଲୀର ରକ୍ଷଣ ସେତେଟା ଭଲ ନ ଥିଲା ଯାହାର ପୁରା ଫାଇଦା ୱାରୟର୍ସ ଉଠାଇଥିଲା । ହାପ୍ ସମୟ ମଧ୍ୟରେ ସ୍କୋର ୨୫-୧୪ଥିଲା ଏବଂ ୱାରିୟର୍ସ ବହୁତ ଶୀଘ୍ର ୧୪ ଅଙ୍କ ସଂଗ୍ରହ କରିନେଇଥିଲା । ଏହି ସମୟରେ ମନନ୍ଦରଙ୍କୁ ଆଘାତ ଲାଗିଥିଲା, ଯାହାଫଳରେ ସେ ଆଗକୁ ମ୍ୟାଚ୍ ଖେଳିପାରିଲେ ନାହିଁ ।
ତାଓ ଦେଭି ଲାଲ୍ ସ୍ପୋଟର୍ସ କପ୍ଲେକ୍ସ୍ର ଦିନର ଦ୍ୱିତୀୟ ମ୍ୟାଚରେ ୟୁ ମୁମ୍ବା ତାମିଲ ଥଲାଇବାଜଙ୍କୁ ପରାସ୍ତ କରିଛି । ମୁମ୍ବା ଟିମର ଏହା ୧୯ ମ୍ୟାଚ ମଧ୍ୟରୁ ୧୦ତମ ବିଜୟ ଥିଲା, ଯେତେବେଳେ କି ଥଲାଇଭାସକୁ ୨୦ ମ୍ୟାଚରୁ ୧୪ତମ ବିରାଟ ପରାଜୟ ମିଳିଛି । ମୁମ୍ବା ଟିମ୍ ପାଇଁ ଅଭିସେକ୍ ସିଂହ ୧୦ ରେଡ୍ ଅଙ୍କ ସଂଗ୍ରହ କରିଛି, ଯେତେବେଳେ କି ଥଲାଇଭାସ୍ ପଇଁ ଭି. ଅଜିତ୍ କୁମାର ସର୍ବାଧ୍ଚଳ ୧୬ ରେଡ୍ ଅଙ୍କ ହାସଲ କରିଛନ୍ତି ।

Related posts

କାର୍ନି ସିଂ ଶୁଟିଂ ରେଞ୍ଜରେ ମାରପିଟ

Odisha Sports Bureau

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

Odisha Sports Bureau

ୟୁପି ଯୋଦ୍ଧାର ଲଗାତାର ଚତୁର୍ଥ ବିଜୟ

Odisha Sports Bureau