Football

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

(ଓଡ଼ିଶା ସ୍ପୋର୍ଟସ ): ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର ଭିଏତ୍‌ନାମ ରାଜଧାନୀ ହାନୋଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆୟୋଜକ ଭିଏତ୍‌ନାମ ସମ୍ପୂର୍ଣ୍ଣରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଓ ଭାରତକୁ କୌଣସି ସୁଯୋଗ ଦେଇ ନ ଥିଲା। ଘରୋଇ ଦଳ ତରଫରୁ ଅଷ୍ଟମ ମିନିଟ୍‌ରେ ଥି ଏନ୍‌ହୁଙ୍ଗ୍‌ ପ୍ରଥମ ଗୋଲ ଦେଇ ଅଗ୍ରଣୀ କରାଇଥିଲେ। ଏହା ପରେ ଉଭୟ ଦଳ ମଧ୍ୟରେ ଦୀର୍ଘ ସମୟଧରି ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ୮୨ ତମ ମିନିଟ୍‌ରେ ଥି ଭାନ ଗୋଲ ଦେଇଥିଲେ। ଶେଷରେ ୮୯ତମ ମିନିଟ୍‌ରେ ଥି ଥୁଇ ହାଙ୍ଗ ଗୋଲ ଦେଇ ଭିଏତନାମକୁ ୩-୦ରେ ଅଗ୍ରଣୀ କରାଇଥିଲେ।

ଦ୍ୱାଦଶ ମିନିଟ୍‌ରେ ଭାରତୀୟ ଗୋଲ କିପର ଆଦିତି ଚୌହାନ ଭିଏତ୍‌ନାମ ଖେଳାଳିଙ୍କ ଏକ ଜବରଦସ୍ତ ପ୍ରୟାସକୁ ପଣ୍ଡ କରିଥିଲେ। ନହେଲ ଭାରତ ଆଉ ଏକ ଗୋଲ ବରଣ କରିଥାନ୍ତା। ମ୍ୟାଚ୍‌ର ମଧ୍ୟରେ ଭାରତର ବାଲା ଦେବୀ ସେଣ୍ଟରୁ ଏକ ଜବରଦସ୍ତ ଶଟ୍‌ ମାରିଥିଲେ ଓ ଏହା ଅଳ୍ପକେ ଗୋଲ ପୋଷ୍ଟ ମିସ୍‌ କରିଥିଲା। ୩୨ତମ ମିନିଟ୍‌ରେ ସୁମିତ୍ରାଙ୍କ ବଦଳରେ ଦୟାଙ୍କୁ କୋଚ୍‌ ମେମୋଲ ରକି ଖେଳାଇଥିଲେ। ୮୦ତମ ମିନିଟ ପର୍ୟ୍ୟନ୍ତ ଗୋଲ କିପର ଚୌହାନ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଓ ଭିଏତନାମଙ୍କୁ ଅଧିକ ଗୋଲ କରିବାର ସୁଯୋଗ ଦେଇ ନ ଥିଲେ। ମ୍ୟାଚ୍‌ର ଶେଷ ଭାଗରେ ଭିଏତନାମ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରି ଦୁଇଟି ଗୋଲ ଦେଇଥିଲେ। ବୁଧବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

Related posts

ବୁନ୍ଦେସ୍ଲିଗା: ମେନଜ୍ ସମାନତା ପାଇଁ କୋଲନଙ୍କୁ ଧରି ରଖିଛନ୍ତି, ମ୍ୟାଚ୍ ୨-୧ରେ ଡ୍ର ରହିଛି

ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି

Odisha Sports Bureau

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

Odisha Sports Bureau