More Sports

ଫିଫା ରାଙ୍କରେ ଭାରତ ୧୦୪ତମ ସ୍ଥାନକୁ ଖସିଲା

(ଓଡିଶା ସ୍ପୋର୍ଟସ): ଭାରତୀୟ ଫୁଟବଲ ଟିମ୍ ଗୁରୁବାରଦିନ ହୋଇଥିବା ନବମ ତମ ଫିଫା ର୍ୟାକିଙ୍ଗରେ ଗୋଟିଏ ସ୍ଥାନ ହରାଇ ୧୦୪ ତମ ସ୍ଥାନକୁ ଖସି ଯାଇଛି । ଇଗୋର ଷ୍ଟିମାକଙ୍କ ମାର୍ଗଦର୍ଶନରେ ଭାରତୀୟ ଟିମ୍ ଜୁଲାଇରେ ୨୦୧୯ ଇଣ୍ଟରକାଣ୍ଟିଟଲ କପ୍ ପରେ ନିୟମିତ ରୂପରେ ଖେଳିଆସୁଛି । ଏହି ମାସରେ ଭାରତ ଦୋହାରେ କତରକୁ ଗୋଲ ରହିତ ‘ଡ୍ର’ ରେ ଅଟକାଇ ୨୦୨୨ ବିଶ୍ୱ କପ୍ କ୍ୱାଲିଫାଇରେ ପ୍ରଥମେ ଅଙ୍କ ହାସଲ କରିଥିଲା । ଏହି ମ୍ୟାଚ୍ ୨୦୨୩ ଏଏଫସି ଏସିଆଇ କପ୍ ର ପ୍ରାରମ୍ଭିକ କ୍ୱାଲିଫାୟାର ମଧ୍ୟ ଥିଲା । ବିଶ୍ୱ କପ୍ କ୍ୱାଲିଫାଇର ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ଓମାନ, କତର, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନ ସହିତ ଗ୍ରୁପ୍ ‘ଇ’ ରେ ରଖା ଯାଇଛି ।
କତର ୬୨ତମ ସ୍ଥାନରେ ରହିଛି । ଭାରତକୁ ୨-୧ରେ ପରାସ୍ତ କରିଥିବା ଓମାନ ତିନିଗୋଟି ସ୍ଥାନର ଫାଇଦାରେ ୮୪ତମ ସ୍ଥାନରେ ପହଁଞ୍ଚି ଯାଇଛି । ବେଲଜିୟମ୍ ଶୀର୍ଷ ସ୍ଥାନରେ ରହିଛି, ଯେତେବେଳେ କି ଫ୍ରାନ୍ସ ବ୍ରାଜିଲକୁ ପଛ ରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିନେଇଛି ।

Related posts

ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଲେ ପ୍ରୀତି; ଲଭଲିନା ମଧ୍ୟ ଫାଇନାଲରେ ପ୍ରବେଶ

Odisha Sports Bureau

ପ୍ରେମିକା ମଥାରେ ସିନ୍ଦୁର ଦେଲେ ଦୂତୀ : ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଲା ଚିତ୍ର

ଜାତୀୟ ରଗବି ଲାଗିରେ ଓଡ଼ିଶାର ନେତୃତ୍ଵ ନେବେ ହୁପି ମାଝୀ