Cricket

ଫିରୋଜ ଶାହା କୋଟଲା ବଦଳରେ ଅରୁଣ ଜେଟଲୀ କିକ୍ରେଟ ଷ୍ଟାଡ଼ିୟମ

(ଓଡିଶାସ୍ପୋର୍ଟସ ): ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ କିକ୍ରେଟ ଷ୍ଟାଡିୟମ। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମକୁ ଜେଟଲୀଙ୍କ ନାମରେ ପୁନଃନାମିତ କରାଯାଇ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ ରଖାଯିବ। ଦିଲ୍ଲୀ ଏବଂ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛି। ଜେଟଲୀ ଏହି କ୍ରିକେଟ ଆସୋସିଏଶନର ପୂର୍ବତନ ସଭାପତି ଥିଲେ। ଜେଟଲୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଶନ ଏଭଳି ପଦକ୍ଷେପ ନେଇଛି।
ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଜବାହରଲାଲ ନେହେରୁ ଷ୍ଟାଡିୟମରେ ହେବାକୁ ଥିବା ଏକ ଭବ୍ୟ ସମାରୋହରେ ଷ୍ଟାଡିୟମର ପୁନଃ ନାମକରଣ କରାଯିବ। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯିବ ବୋଲି ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଛି।
ଜେଟଲୀ ଡିଡିସିଏର ସଭାପତି ଥିବାବେଳେ ଫିରୋଜ ଶାହ କୋଟଲା ଷ୍ଟାଡିୟମର ନବୀକରଣ କରାଯାଇଥିଲା। ଏଠାରେ ବିଶ୍ଵସ୍ତରୀୟ ଡ୍ରେସିଂ ରୁମ୍ ସହିତ ବିଭିନ୍ନ ଆଧୁନିକ ସୁବିଧା କରାଯାଇଥିବାବେଳେ ଏହାର କ୍ଷମତା ମଧ୍ୟ ବୃଦ୍ଧି ହୋଇଥିଲା।

Related posts

ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ବଦଳିଲା ସମୟ

Odisha Sports Bureau

ଡବ୍ଲୁ.ପି.ଏଲ୍ ଅକ୍ସନ ଇତିହାସରେ ପ୍ରଥମ

Odisha Sports Bureau

ଶ୍ରେୟାସ ଆୟର ଓ ଈଶାନ କିଷନଙ୍କୁ ବିସିସିଆଇର ଆଉ ଏକ ସୁଯୋଗ

Odisha Sports Bureau