Cricket

ବାଙ୍ଗଲାଦେଶୀ ଅଲରାଉଣ୍ଡର ଶାକିବଙ୍କ ଉପରେ ୨ ବର୍ଷ ବ୍ୟାନ

(ଓଡିଶା ସ୍ପୋର୍ଟସ ): ବାଙ୍ଗଲାଦେଶୀ ଅଲରାଉଣ୍ଡର ସାକିବ ଅଲ ହସନଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ (ଆଇସିସି) କ୍ରିକେଟର ସମସ୍ତ ଫର୍ମାଟରୁ ୨ ବର୍ଷ ପାଇଁ ବ୍ୟାନ କରି ଦେଇଛି । ଏହି ବ୍ୟାନ ପରେ ଶାକିବଙ୍କ ପତ୍ନୀ ଉମ୍ମେ ଅଲ ହସନ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଛାଡିଛନ୍ତି । ଫେସବୁକରେ ସେ ଶାକିବଙ୍କ ପାଇଁ ଲେଖିଛନ୍ତି, ରାତାରାତି କେହି ମହାନ ହୋଇ ଯାଏନି । ଏଥିପାଇଁ ଅନେକ ଝଡର ସମ୍ମୁଖୀନ ହେବାକୁ ହୋଇଥାଏ । ଜୀବନରେ ଅନେକ ଉତ୍ଥାନ ପତ୍ତନ ଆସେ । ଏହି କଠିନ ସମୟରେ ମତେ ଜଣା ଶାକିବ ଦୃଢତାର ସହ ଏହାର ସାମ୍ନା କରିପାରିବେ । ଏହା ଏକ ନୂଆ ପ୍ରାରମ୍ଭ । ପୁଣି ଥରେ ଶାକିବ ନୂଆ ରୂପରେ କ୍ରିକେଟ ପଡିଆକୁ ଫେରିବେ ।

ସୂଚନାଯୋଗ୍ୟ, ଜୁଆର ସୂଚନା ନ ଦେବାକୁ ନେଇ ଆଇସିସି ବାଙ୍ଗଲାଦେଶର ଟେଷ୍ଟ ଓ ଟି-୨୦ଅଧିନାୟକ ଶାକିବ ଅଲ ହସନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ବର୍ଷର ପ୍ରତିବନ୍ଧ ଲାଗିବା ପରେ ଏବେ ଶାକିବ ୩ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଭାରତ ବାଙ୍ଗଲାଦେଶ ଗସ୍ତରେ ସାମିଲ ହୋଇପାରିବେ ନାହିଁ ।

Related posts

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau

ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ ଦେଇଛି ଭାରତ

Odisha Sports Bureau

ଆଜି ରାହୁଲଙ୍କ ଫିଟନେସ ଟେଷ୍ଟ , ଫିଟ ହେଲେ ଶ୍ରୀଲଙ୍କା ଗସ୍ତ

Odisha Sports Bureau