Badminton

ବାଙ୍ଗାଲୁରକୁ ୪-୩ରେ ପରାସ୍ତ କଲା ଚେନ୍ନାଇ

(ଓଡିଶା ସ୍ପୋର୍ଟସ): ଲକ୍ଷ ସେନଙ୍କ ସହାଯ୍ୟରେ ଚେନ୍ନାଇ ସୁପରଷ୍ଟାର ପ୍ରୀମିିୟର ବ୍ୟାଡମିଣ୍ଟନ ଲିଗ୍ ରେ ବାଙ୍ଗାଲୁର ରେପ୍ଟର୍ସଙ୍କୁ ୪-୩ରେ ପରାଜିତ କରିଛନ୍ତି । ପ୍ରଥମ ମ୍ୟାଚ୍ ହାରିବା ପରେ ଟାଁମି ସିୟାର୍ତୋ ଦ୍ୱିତୀୟ ମ୍ୟାଚରେ ବିସାଇ ପ୍ରଣିତଙ୍କୁ ୧୫-୧୩, ୧୦-୧୫, ୧୫-୧୧ ଏବଂ ଲକ୍ଷ (ଟ୍ରମ୍ପ ମ୍ୟାଚ୍) ବ୍ରାଇସ୍ ଲେଭରେଡେଜଙ୍କୁ ୧୫-୫, ୧୫-୪ରେ ପରାସ୍ତ କରି ଚେନ୍ନାଇକୁ ୩-୨ରେ ଆଗୁଆ ରହିଛନ୍ତି । ପେଙ୍ଗ୍ ସୁନ ଚେନ୍ ଓ ଇଓମ୍ ହି ବୋନ୍ ମିଶ୍ରିତ ଯୁଗୋଳରେ ଧ୍ରୁବ କପିଳା ଓ ଜୋସିକା ପୁଙ୍ଗ୍( ଟ୍ରମ୍ପ୍ ମ୍ୟାଚ୍)କୁ ୧୫-୭, ୧୫-୮ରେ ପରାସ୍ତ କରି ବାଙ୍ଗାଲୁରକୁ ଭଲ ଆରମ୍ଭ ଦେଇଥିଲା । ଚତୁର୍ଥ ମ୍ୟାଚରେ ବାଙ୍ଗାଲୁରକୁ ତାଇ ତ୍ୟୁ ୟିଙ୍ଗ୍ ଗାୟତ୍ରୀ ଗୋପିଚାନ୍ଦଙ୍କୁ ୧୩-୧୫, ୧୫-୬ରେ ପରାସ୍ତ କରି ୩-୩ ସ୍କୋର କରିଛନ୍ତି । ପରିଣତି ମୁକାବିଲାରେ ସାତ୍ୱିସାଇରାଜ ରେଙ୍କିରେଡ୍ଡୀ ଓ ଧ୍ରୁବ କପିଲାଙ୍କ ଯୋଡି ପୁରୁଷ ଯୁଗୋଳରେ ଚେନ ଓ ରେନ ଅଙ୍ଗୁଙ୍ଗ୍ ସପୁତ୍ରୋଙ୍କୁ ୧୩-୧୫, ୧୫-୫, ୧୫-୯ରେ ପରାସ୍ତ କରି ଚେନ୍ନାଇକୁ ବିଜୟ ଦେଇଛନ୍ତି ।

Related posts

ଏସିଆ ଅଣ୍ଡର-୧୫: ଜୁନିୟର ବ୍ୟାଡମିଣ୍ଟନ ଟିମର ନଜର ରହିଛି ପଦକ ଉପରେ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୦୨୫ର କ୍ଵାଟର ଫାଇନାଲରେ ଭାରତ ପରାସ୍ତ

ସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେ

Odisha Sports Bureau