Cricket

ବାଜିମାତ କଲା ଭୁବନେଶ୍ୱର ୟୁପିଡି

( ଓଡିଶାସ୍ପେର୍ଟସ ): ଆଜି କିଟି ଷ୍ଟାଡିୟମରେ କମିସନରେଟ ପୋଲିସ ଦ୍ୱାରା ଏକ ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା । ଏଥିରେ ତିନୋଟି ଦଳ ଭାଗ ନେଇଥିଲେ । ଭୁବନେଶ୍ୱର ୟୁପିଡି , କ୍ରାଇମ ରିପୋର୍ଟର ଇଲୋଟୋନିକ୍ସ ମିଡିଆ, କ୍ରାଇମ ରିପୋର୍ଟର ପ୍ରିଣ୍ଟ ମିଡିଆରୁ ଗୋଟିଏ ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଭୁବନେଶ୍ୱର ୟୁପିଡି ଓ କ୍ରାଇମ ରିପୋର୍ଟସ ଇଲୋଟୋନିକ୍ସ ମିଡିଆ ମଧ୍ୟରେ ହୋଇଥିଲା । ଭୁବନେଶ୍ୱର ୟୁପିଡିର ଅଧିନାୟକ ଡିସିପି ଅନୁପ ସାହୁ ଥିବାବେଳେ କ୍ରାଇମ ରିପୋର୍ଟସ ଇଲୋଟୋନିକ୍ସ ମିଡିଆର ଅଧିନାୟକ ଆଲୋକ ମହାନ୍ତି ଥିଲେ । ପ୍ରଥମେ ବ୍ୟାଣ୍ଟି କରି ଭୁବନେଶ୍ୱର ୟୁପିଡି ୧୨ ଓଭରରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମାତ୍ର ୧୧୦ରନ କରିବାରେ ସକ୍ଷମ ହୋଇଥିଲା କ୍ରାଇମ ରିପୋର୍ଟର । ଦୁଇଦଳଙ୍କ ମଧ୍ୟରେ କଡାକଡା ମୁକାବିଲା ପରେ ଶେଷରେ ଭୁବନେଶ୍ୱର ୟୁପିଡି ବିଜୟ ଲାଭ କରିଥିଲା । ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ପୋଲିସ କମିସନର ସତ୍ୟଜିତ ମହାନ୍ତି ଯୋଗଦେଇଥିଲେ ।

Related posts

ପରାଜୟ ପରେ ମହମ୍ମଦ ଶାମ୍ମିଙ୍କୁ ଆଲିଙ୍ଗନ କଲେ ମୋଦି; ଡ୍ରେସିଂ ରୁମରେ ଭାବବିହ୍ୱଳର ଚିତ୍ର

Odisha Sports Bureau

ଟି-୨୦ ଫର୍ମାଟ୍ ରେ ପରିବର୍ତ୍ତନ, ଆସିଲା ନୂଆ ନିୟମ

Odisha Sports Bureau

ସିରିଜ ହତେଇଲା ଭାରତୀୟ ମହିଳା ଦଳ

Odisha Sports Bureau