Cricket

ବାଜିମାତ କଲା ଭୁବନେଶ୍ୱର ୟୁପିଡି

( ଓଡିଶାସ୍ପେର୍ଟସ ): ଆଜି କିଟି ଷ୍ଟାଡିୟମରେ କମିସନରେଟ ପୋଲିସ ଦ୍ୱାରା ଏକ ବନ୍ଧୁତ୍ୱ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା । ଏଥିରେ ତିନୋଟି ଦଳ ଭାଗ ନେଇଥିଲେ । ଭୁବନେଶ୍ୱର ୟୁପିଡି , କ୍ରାଇମ ରିପୋର୍ଟର ଇଲୋଟୋନିକ୍ସ ମିଡିଆ, କ୍ରାଇମ ରିପୋର୍ଟର ପ୍ରିଣ୍ଟ ମିଡିଆରୁ ଗୋଟିଏ ଟିମ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଭୁବନେଶ୍ୱର ୟୁପିଡି ଓ କ୍ରାଇମ ରିପୋର୍ଟସ ଇଲୋଟୋନିକ୍ସ ମିଡିଆ ମଧ୍ୟରେ ହୋଇଥିଲା । ଭୁବନେଶ୍ୱର ୟୁପିଡିର ଅଧିନାୟକ ଡିସିପି ଅନୁପ ସାହୁ ଥିବାବେଳେ କ୍ରାଇମ ରିପୋର୍ଟସ ଇଲୋଟୋନିକ୍ସ ମିଡିଆର ଅଧିନାୟକ ଆଲୋକ ମହାନ୍ତି ଥିଲେ । ପ୍ରଥମେ ବ୍ୟାଣ୍ଟି କରି ଭୁବନେଶ୍ୱର ୟୁପିଡି ୧୨ ଓଭରରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମାତ୍ର ୧୧୦ରନ କରିବାରେ ସକ୍ଷମ ହୋଇଥିଲା କ୍ରାଇମ ରିପୋର୍ଟର । ଦୁଇଦଳଙ୍କ ମଧ୍ୟରେ କଡାକଡା ମୁକାବିଲା ପରେ ଶେଷରେ ଭୁବନେଶ୍ୱର ୟୁପିଡି ବିଜୟ ଲାଭ କରିଥିଲା । ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବେ ପୋଲିସ କମିସନର ସତ୍ୟଜିତ ମହାନ୍ତି ଯୋଗଦେଇଥିଲେ ।

Related posts

ମୁଁ ଗାଧୋଇ ସାରି ଅଧଘଣ୍ଟା ବିଶ୍ରାମ ନେବାକୁ ଚାହୁଁଥିଲି କିନ୍ତୁ…

Odisha Sports Bureau

ରୋହିତ ଶର୍ମାଙ୍କୁ କିଣିବାକୁ ଚାହୁଁଛି ପଞ୍ଜାବ କିଙ୍ଗସ!

Odisha Sports Bureau

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ