ନୂଆଦିଲ୍ଲୀ : ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି । ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ମହାକାଳ ମନ୍ଦିର ଯାଇଛନ୍ତି | ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳି ଉଜ୍ଜେନ ମନ୍ଦିରର ଭସ୍ମାରତୀରେ ସାମିଲ ହୋଇଥିଲେ । ମହାକାଳ ମନ୍ଦିରରେ ଚାଲିଥିଲା ପୂଜାପାଠ, ପଞ୍ଚାମୃତ ଅଭିଷେକ କରୁଥିଲେ ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ ।
ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ଟିମ୍ ଇଣ୍ଡିଆର ଖେଳାଳି ପାରମ୍ପରିକ ପୋଷାକ ପରିଧାନ କରି ସାଧାରଣ ଲୋକଙ୍କ ମଧ୍ୟରେ ଭସ୍ମାରତୀ ଦେଖିଥିଲେ । ଏଠି ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପନ୍ତ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରନ୍ତୁ ବୋଲି କ୍ରିକେଟପ୍ରେମୀଙ୍କ ସମେତ ସାଥୀ ଖେଳାଳି ପ୍ରାର୍ଥନା କରୁଛନ୍ତି । ସୂର୍ଯ୍ୟକୁମାର କହିଥିଲେ, ଆମେ ରିଷଭଙ୍କ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଛୁ। ତାଙ୍କ ଫେରିବା ଦଳ ପାଇଁ ଜରୁରୀ । ଆଉ ଏହି ମନ୍ଦିର ଆସି ମନକୁ ବହୁତ ଶାନ୍ତି ମିଳିଲା ।