(ଓଡିଶା ସ୍ପୋର୍ଟସ୍): ରବିବାର ଦିନ ସ୍ପେନରେ ଖେଳାଯାଇଥିôବା ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାକୁ ୯୫-୭୫ଗୋଲରେ ପରାସ୍ତ କରି ବାସ୍କେଟବଲ ବିଶ୍ୱ କପ୍ ଜିତି ନେଇଛି ସ୍ପେନ । ସ୍ପେନ୍ ଟିମ୍ ମ୍ୟାଚ ସମୟରେ ଆଗୁଆ ରହିଥିଲା ଏବଂ ଦ୍ୱିତୀୟଥର ପାଇଁ ଅନ୍ତରାଷ୍ଟ୍ରୀୟ ବାସ୍କେଟବଲର ସବୁଠାରୁ ବଡ ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇଛି । ସ୍ପେନ୍ ୨୦୦୬ ପରେ ପ୍ରଥମଥର ଏହି ବିଜୟ ହାସଲ କରିଛି । ଫାଇନାଲ ମ୍ୟାଚରେ ସ୍ପେନ୍ ୨୦୦୪ ମସିହାର ଅଲମ୍ପିକ୍ ଚମ୍ପିଆନ ଆର୍ଜେଣ୍ଟିନାକୁ ବହୁତ ସହଜରେ ପରାସ୍ତ କରିଛି । ତିନି ତିନିଥର ଅଲ୍ ଷ୍ଟାର ଖେଳାଳୀ ମାର୍କ ଗେସୋଲ ଗୋଟିଏ ବର୍ଷରେ ଏନବିଏ ଟ୍ରଫି ଏବଂ ବିଶ୍ୱ କପ୍ ଜିତିଥିବା କେବଳ ଦ୍ୱିତୀୟ ଖେଳାଳୀ ହୋଇଛନ୍ତି । ମାର୍କ ୨୦୦୬ରେ ବିଶ୍ୱ ଟ୍ରଫି ଜିତିଥିବା ସ୍ପେନ୍ ଟିମ୍ ର ସଦସ୍ୟ ରହିଥିଲେ । ସେହି ସମୟରେ ତାଙ୍କ ଭାଇ ମଧ୍ୟ ଟିମର ସଦସ୍ୟ ଥିଲେ କିନ୍ତୁ ଆଘାତ ଲାଗିବାରୁ ସେ ଏ ବର୍ଷ ଟିମରେ ଖେଳିପାରିବେ ନାହିଁ ।
previous post