Uncategorized

ବାସ୍କେଟ ବଲ ବିଶ୍ୱ କପରେ ସ୍ପେନର ବିଜୟ

(ଓଡିଶା ସ୍ପୋର୍ଟସ୍): ରବିବାର ଦିନ ସ୍ପେନରେ ଖେଳାଯାଇଥିôବା ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାକୁ ୯୫-୭୫ଗୋଲରେ ପରାସ୍ତ କରି ବାସ୍କେଟବଲ ବିଶ୍ୱ କପ୍ ଜିତି ନେଇଛି ସ୍ପେନ । ସ୍ପେନ୍ ଟିମ୍ ମ୍ୟାଚ ସମୟରେ ଆଗୁଆ ରହିଥିଲା ଏବଂ ଦ୍ୱିତୀୟଥର ପାଇଁ ଅନ୍ତରାଷ୍ଟ୍ରୀୟ ବାସ୍କେଟବଲର ସବୁଠାରୁ ବଡ ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇଛି । ସ୍ପେନ୍ ୨୦୦୬ ପରେ ପ୍ରଥମଥର ଏହି ବିଜୟ ହାସଲ କରିଛି । ଫାଇନାଲ ମ୍ୟାଚରେ ସ୍ପେନ୍ ୨୦୦୪ ମସିହାର ଅଲମ୍ପିକ୍ ଚମ୍ପିଆନ ଆର୍ଜେଣ୍ଟିନାକୁ ବହୁତ ସହଜରେ ପରାସ୍ତ କରିଛି । ତିନି ତିନିଥର ଅଲ୍ ଷ୍ଟାର ଖେଳାଳୀ ମାର୍କ ଗେସୋଲ ଗୋଟିଏ ବର୍ଷରେ ଏନବିଏ ଟ୍ରଫି ଏବଂ ବିଶ୍ୱ କପ୍ ଜିତିଥିବା କେବଳ ଦ୍ୱିତୀୟ ଖେଳାଳୀ ହୋଇଛନ୍ତି । ମାର୍କ ୨୦୦୬ରେ ବିଶ୍ୱ ଟ୍ରଫି ଜିତିଥିବା ସ୍ପେନ୍ ଟିମ୍ ର ସଦସ୍ୟ ରହିଥିଲେ । ସେହି ସମୟରେ ତାଙ୍କ ଭାଇ ମଧ୍ୟ ଟିମର ସଦସ୍ୟ ଥିଲେ କିନ୍ତୁ ଆଘାତ ଲାଗିବାରୁ ସେ ଏ ବର୍ଷ ଟିମରେ ଖେଳିପାରିବେ ନାହିଁ ।

Related posts

ଆଜି ଯୁଗଳ ମ୍ୟାଚ ଦେଖିବ ବିଶ୍ୱ

Odisha Sports Bureau

୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ କମିଟିକୁ ଚିଠି କଲା ଭାରତୀୟ ଅଲିମ୍ପିକ୍ସ ସଂଘ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ପ୍ରତ୍ୟାଶାଙ୍କ ଚତୁର୍ଥ ପଦକ