Cricket

ବିଶ୍ୱକପ୍ ୧୯ : କିଏ ହାତେଇବ ଟାଇଟେଲ, ନ୍ୟୁଜିଲାଣ୍ଡ ନା ଇଂଲଣ୍ଡ

(ଓଡିଶା ସ୍ପୋର୍ଟ): ଚଳିତ ବିଶ୍ୱକପର ଫାଇନାଲରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ପ୍ରବେଶ କରିଛନ୍ତି । ଉଭୟ ଗୋଟିଏ ବି ଟାଇଟଲ ହାସଲ କରି ନାହାଁନ୍ତି । ତେବେ ଯେଉଁ ଦଳ ଆଜି ଜିତିବ ସେ ପ୍ରଥମଥର ଲାଗି ବିଶ୍ୱକପ ହାତେଇବ । ତେବେ ଉଭୟ ଦଳ ଜିତିବା ପାଇଁ କସରତ ଲଗେଇବେ । ଉଭୟ ଦଳରେ ଅଲରାଉଣ୍ଡର ଖଚିତ ହୋଇ ରହିଛନ୍ତି । ଏଣୁ ଶେଷ ପର୍ୟ୍ୟନ୍ତ ମ୍ୟାଚର ମୋଡ କଣ ହେବ କିଛି ଆକଳନ କରି ପାରୁନାହାଁନ୍ତି କ୍ରିକେଟ ବିଶେଷଜ୍ଞମାନେ ।
ଭାରତକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବରେ ଫାଇନାଲ ଟିକେଟ ହାସଲ କରିଥିବା ବେଳେ ଗତକାଲି ପୂର୍ବବର୍ଷର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ଦୀର୍ଘ ୨୭ ବର୍ଷ ପରେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ଘରୋଇ ପରିବେଶରେ ଦଳ ଖେଳୁଥିବାରୁ ପଲ୍ଲା ଭାରି ରହିଛି । ଏଣୁ ଚଳିତ ବିଶ୍ୱକପରେ ଦଳ ପ୍ରଥମ ଦାବିଦାର ବୋଲି ପ୍ରଥମର ଚର୍ଚ୍ଚା ହୋଇ ଆସୁଥିଲା ।

ଆସନ୍ତା ୧୪ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ଅଛନ୍ତି । ତେବେ କିଏ ଫାଇନାଲରେ ବାଜି ମାରିବ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । କ୍ରିକେଟ ପ୍ରେମୀମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଇଂଲଣ୍ଡ ନିଜ ମାଟିରେ ଖେଳୁଥିବାରୁ ଦଳ ଜିତିବ ବୋଲି କେତେକ ଆଶା ରଖୁଥିବା ବେଳେ ଗତ ବିଶ୍ୱକପର ଉପବିଜେତା ହୋଇଥିବା ନ୍ୟୁଜିଲାଣ୍ଡ ପ୍ରମୁଖ ଦାବିଦାର ବୋଲି ମଧ୍ୟ କେକେକ ଲୋକ ମତ ରଖୁଛନ୍ତି । ତେବେ କ୍ରିକେଟ ଏକ ଅନିଶ୍ଚିତ ଖେଳ ହୋଇଥିବାରୁ ଆମକୁ ଶେଷ ପର୍ୟ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବ ।

Related posts

ପାଣ୍ଡ୍ୟାଙ୍କ ଭୁଲ ପାଇଁ ଖେଳାଳିଙ୍କ ଉପରେ ମୋଟା ଅଙ୍କର ଫାଇନ

ପଞ୍ଜାବକୁ ହରାଇଲା ୨୪ ରନରେ ବାଙ୍ଗଲୋର

Odisha Sports Bureau

ଧୀମା ବୋଲିଂ ହାର ନେଇ ହାର୍ଦ୍ଦିକଙ୍କ ଉପରେ ୧୨ଲକ୍ଷ ଟଙ୍କାର ଜରିମାନା

Odisha Sports Bureau