Badminton

ବିଶ୍ୱସ୍ତରରେ ଶାତ୍ୱିକ ଚରାଗ ଯୋଡିର ସଫଳତା

 (ଓଡ଼ିଶା ସ୍ପୋର୍ଟ୍ସ ) : ଭାରତୀୟ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଖେଳାଳି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ୱ ସ୍ତରରେ ମାନ୍ୟତା ହାସଲ କରିଛନ୍ତି । ଏହି ଦୁଇ ଖେଳାଳି ପୁରୁଷ ଡବଲ୍ସରେ ୨ ଟି ସୋପାନ ଚଢି ୯ମ ସ୍ଥାନ ଅଧିକାର କରିଛନ୍ତି । ଉଭୟ ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିବା ସହ ସମକକ୍ଷରେ ରହିଛନ୍ତି । ନିକଟରେ ଏହି ଭାରତୀୟ ଯୋଡ଼ି ବିଡବ୍ଲ୍ୟୁଏଫ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଫାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ୧୮-୨୧, ୧୬-୨୧ ଗେମ୍‌ରେ ଇଣ୍ଡୋନେସିଆର ମାର୍କସ ଫର୍ନାଲ୍ଡି ରିଡେନ ଓ କେଭିନ ସୁକାମୁଲଜୋଙ୍କ ନିକଟରୁ ହାରିଯାଇଥିଲେ।

Related posts

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

Odisha Sports Bureau

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau