Badminton

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ମନୋଜ-ପ୍ରମୋଦଙ୍କୁ ସ୍ୱର୍ଣ୍ଣ

(ଓଡିଶାସ୍ପୋର୍ଟସ ): ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ପୁଅର ବାଜି ମାତ । ସୁଇଜରଲ୍ୟାଣ୍ଟରେ ଚାଲିଥିବା ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଡବଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି । ଚାମ୍ପିୟନ୍‌ସିପ୍‌ରେ ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରମୋଦ ଓ ମନୋଜ ନିଜ ଦେଶର ଖେଳାଳୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

ପ୍ରମୋଦ ଓ ଭଗତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ ରାଉଣ୍ଡରେ ଭାରତୀୟ ତାରକା ତରୁଣ-ନିତେଶ କୁମାର ଯୋଡ଼ିଙ୍କୁ ହରାଇଛନ୍ତି । ତରୁଣ-ନିତେଶ ଯୋଡ଼ିଙ୍କୁ ୧୪-୨୧, ୨୧-୧୫ ଓ ୨୧-୧୬ ସେଟ୍‌ରେ ହରାଇଛି ପ୍ରମୋଦଙ୍କ ଯୋଡ଼ି । ଫଳରେ ତରୁଣ ଓ ନିତେଶକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ସେହିପରି ପ୍ରମୋଦ ସିଙ୍ଗଲ୍ସରେ ମଧ୍ୟ ନିଜର ଦବଦବା ବଜାୟ ରଖିଛନ୍ତି । ସେ ସିଙ୍ଗଲ୍ସରେ ଫାଇନାଲକୁ ପ୍ରବେଶ କରିଛନ୍ତି । ସିଙ୍ଗଲ୍ସରେ ପ୍ରମୋଦ ଇଂଲଣ୍ଡର ଡାନିଆଲ ବିଥେଲଙ୍କୁ ଭେଟିବେ ।

Related posts

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ନିର୍ବାଚନ ଲଢିବେ ପିଭି ସିନ୍ଧୁ

Odisha Sports Bureau