Badminton

ବିଶ୍ୱ ବ୍ୟାଡ଼ମିଣ୍ଟନ ଚମ୍ପିୟନସିପ: ସ୍ୱର୍ଣ୍ଣ ପାଇଁ ସିନ୍ଧୁଙ୍କ ଲଢେଇ

(ଓଡିଶାସ୍ପୋର୍ଟସ ): ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ସେ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଆଜି ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା ଅଲ ଇଂଲଣ୍ଡ ଚାମ୍ପିୟନ ଚେନ୍ ୟୁ ଫେଇଙ୍କ ସହ ହୋଇଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ସିନ୍ଧୁ ତାଙ୍କ ଜଲୱା ଦେଖାଇଥିଲେ। ସେ ଚେନ୍ ୟୁ ଫେଇଙ୍କୁ ଆଦୌ ସେଟ୍ ହେବାକୁ ଦେଇ ନଥିଲେ।
ଆରମ୍ଭରୁ ହିଁ ଘନଘନ ଆକ୍ରମଣ କରିଥିଲେ। ପ୍ରଥମ ସେଟଟିକୁ ସିନ୍ଧୁ ୨୧-୭ରେ ଜିତିଥିଲେ। ତେବେ ଦ୍ୱିତୀୟ ସେଟରେ ଚେନ୍ ୟୁ ଫେଇ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ସିନ୍ଧୁ ଏହା କରାଇ ଦେଇ ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୪ରେ କବଜା କରି ନେଇଥିଲେ। ମାତ୍ର ୪୦ ମିନିଟ୍ ମଧ୍ୟରେ ମ୍ୟାଚ୍ଟିକୁ ଶେଷ କରି ସିନ୍ଧୁ ଫାଇନାଲ୍ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ।ସିନ୍ଧୁଙ୍କ ମୁକାବିଲା ୨୦୧୩ ବିଶ୍ୱ ବିଜେତା ରାଟଚାନୋକ ଇଣ୍ଟାନୋନ କିମ୍ବା ୨୦୧୭ ବିଶ୍ୱ ବିଜେତା ନୋଜମି ଓକୁହାରଙ୍କ ସହ ହେବ।

Related posts

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ବିଶ୍ୱ ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ: ପୁରୁଷ ସିଙ୍ଗଲ୍ସ ଟପ୍‌-୧୦ରେ ଭାରତର ପ୍ରଣୀଥ

Odisha Sports Bureau