Cricket

ବିସିବି ନିୟମ ଉଲଙ୍ଘନ କଲେ ସାକିବ, ଦେଇପାରନ୍ତି ଜରିମାନା

(ଓଡିଶା ସ୍ପୋର୍ଟସ ): ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ସାକିବ ଅଲ ହାସନ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ନିୟମକୁ ଉଲଙ୍ଘନ କରିଛନ୍ତି । ଏଥିପାଇଁ ତାଙ୍କ ଉପରେ ଜରିମାନା ଲାଗିପାରେ ବୋଲି ଜଣାପଡିଛି । ଅକ୍ଟୋବର ୨୨ରେ ସାକିବ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଦ୍ୱାରା ପ୍ରଣୟନ ହୋଇଥିବା ସବୁ ନିୟମକୁ ଉଲଙ୍ଘନ କରି ଘରୋଇ ଟେଲିକମ କମ୍ପାନୀ ସହ ଡିଲ କରିଛନ୍ତି । ଏଥିପାଇଁ ତାଙ୍କୁ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ବିସିବିର ନିୟମ ଅନୁସାରେ, ବାଂଲାଦେଶର କ୍ରିକେଟରମାନେ କୌଣସି ଘରୋଇ ଟେଲିକମ କମ୍ପାନୀ ସହ ଡିଲ କରିପାରିବେ ନାହିଁ । ଏନେଇ ବିସିବି ସଭାପତି ନଜମୁଲ ହାସନ କହିଛନ୍ତି ଯେ, ଏହି ମାମଲାକୁ ନେଇ ଯଦି ସାକିବଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳେ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବରରୁ ବାଂଲାଦେଶ ଭାରତ ଗସ୍ତରେ ଆସିବ । ନଭେମ୍ବର ୩ ତାରିଖରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ ଖେଳାଯିବ । ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ ଓ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।

Related posts

ମ୍ୟାନ୍ ଅଫ୍ ଦ ସିରିଜ୍ ମିଳିବା ପରେ ଉତ୍ସାହିତ ହୋଇ ଶିଶୁ ଫ୍ୟାନ୍ସଙ୍କୁୁୁ ନିଜ ବାହୁରେ ତୋଳି ଧରିଥିଲେ ଧାୱନ୍

Odisha Sports Bureau

ଆଜି ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

Odisha Sports Bureau

ୱେଷ୍ଟ୍ଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କଲା ଭାରତ

Odisha Sports Bureau