Cricket

ଭାରତଠୁ ହାରିବା ପରେ ପାକିସ୍ତାନକୁ ଝଟକା, ଅନେକ ଖେଳାଳି ଜ୍ୱରରେ ପୀଡିତ

ନୂଆଦିଲ୍ଲୀ: ଚଳିତ ବିଶ୍ଵକପ୍‌ରେ ଭାରତଠୁ ହାରିବା ପରେ ପାକିସ୍ତାନ ଦଳକୁ ଲାଗିଛି ଆଉ ଏକ ଝଟକା। ପାକିସ୍ତାନ କ୍ରିକେଟ୍ ଦଳର ଅନେକ ଖେଳାଳି ଭାଇରାଲ୍ ଜ୍ଵରରେ ପୀଡ଼ିତ ଅଛନ୍ତି। ଏଥିରୁ ଅନେକ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚ୍‌ରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଜ୍ଵର କାରଣରୁ ପାକିସ୍ତାନୀ କ୍ରିକେଟ୍ ଦଳର ଅଭ୍ୟାସ୍ ସେସନକୁ ଆଜି ରଦ୍ଦ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ବିପକ୍ଷ ମ୍ୟାଚ୍ ପରେ ଅନେକ ଖେଳାଳି ଜ୍ଵରରେ ପୀଡ଼ିତ ଅଛନ୍ତି।

ପାକିସ୍ତାନର ଓପନର ଅବଦୁଲ୍ଲା ଶଫିକଙ୍କ ଦେହ ଅଧିକ ଅସୁସ୍ଥ ଅଛି। ତେଣୁ ତାଙ୍କର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳିବା ମୁସ୍କିଲ। ସେହିପରି ଅନେକ ଖେଳାଳି ଜ୍ଵରରେ ଅସୁସ୍ଥ ଅଛନ୍ତି। ଖେଳାଳିଙ୍କୁ ଟେଷ୍ଟ କରାଇବାକୁ କୁହାଯାଇଛି। ପାକିସ୍ତାନୀ ଖେଳାଳିଙ୍କୁ ଡେଙ୍ଗୁ ହୋଇନି ତ ତାକୁ ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। କାରଣ ଡେଙ୍ଗୁ ହେଲେ ସୁସ୍ଥ ହେବାକୁ ଅଧିକ ସମୟ ଲାଗିବ। ଏମିତି ହେଲେ ଦଳକୁ ବଡ଼ ଝଟକା ଲାଗିପାରେ। ଆଉ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡ଼ିପାରେ। ଭାରତର ଓପନର ଶୁଭମନ ଗିଲ୍ ଡେଙ୍ଗୁ ଯୋଗୁଁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରି ନ ଥିଲେ।

Related posts

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau

ମହିଳା ଦଳର ତାଲିକା ପ୍ରକାଶକଲା BCCI

Odisha Sports Bureau

ବିରାଟଙ୍କ ନାମରେ ୮ହଜାର ରନ୍