Cricket

ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ – ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଏବେ ଅନିୟନ୍ତ୍ରିତ । ଦ୍ୱନ୍ଦ୍ୱରେ ରହି ବିସିସିଆଇ ନିଷ୍ପତ୍ତି ନେଉଛି । ସିଇଓଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲାରେ ଦୁଇ ଜଣ ସଦସ୍ୟ ବିଶିଷ୍ଟ ପ୍ରଶାସନିକ ସମିତି (ସିଓଏ)ରେ ମତଭେଦ ରହିଛି। ଏହି ମାମଲାକୁ ସମିତି ଯେଉଁଭଳି ଭଳି ଭାବେ ପରିଚାଳନା କରୁଛି, ତାହା ବିସିସିଆଇର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।” ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ୍‌ (ସିଏବି)ର ସଭାପତି ସୌରଭ ଗାଙ୍ଗୁଲି ଏ କଥା କହିଛନ୍ତି।
ବିସିସିଆଇର କାର୍ୟ୍ୟକାରୀ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷଙ୍କୁ ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ କ୍ରିକେଟ୍‌ର ପ୍ରଶାସନରେ ଅଧୋଗତି ପରିଲକ୍ଷିତ ହୋଇଛି। ଭାରତୀୟ କ୍ରିକେଟ୍‌ ଏବେ ବିପଜ୍ଜନକ ସ୍ଥିତିରେ ଅଛି। ସ୍ଥିତି ସୁଧାରିବାକୁ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ। ବିସିସିଆଇର ଭାବମୂର୍ତ୍ତିକୁ ଭଲ ରଖିବା ପ୍ରାଥମିକା ହେବା ଦରକାର ବୋଲି ସେ କହିଛନ୍ତି। ବିସିସିଆଇର ମୁଖ୍ୟ କିଏ, ସେ ନେଇ ବି କିଛି ସ୍ପଷ୍ଟ ଉତ୍ତର ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।
ପ୍ରଶାସନିକ ସମିତି (ସିଓଏ) ଉପରେ ଚାପ ପ୍ରୟୋଗ କରିବା ପାଇଁ ସେ ଏଭଳି କଡ଼ା ଶବ୍ଦ ବ୍ୟବହାର କରିଥିବା କୁହାଯାଉଛି। କାରଣ ୰ଗରଞକ୍ଟକ୍ଟ ଅଭିଯାନରେ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ବିରୋଧ ଯୌନ ନିର୍ୟାତନା ଅଭିଯୋଗ ଆସିବା ପରେ ତାଙ୍କ ଉପରେ ଠିକଣା କାର୍ୟ୍ୟାନୁଷ୍ଠାନ ନେଇ ସିଓଏର ଦୁଇ ସଦସ୍ୟ ବିନୋଦ ରାଏ ଓ ଡାଏନା ଏଡୁଲଜୀ ମଧ୍ୟ ମତପାର୍ଥକ୍ୟ ହୋଇଛି।

Related posts

ଆଇପିଏଲ୍ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau

ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି

Odisha Sports Bureau