(ଓଡିଶା ସ୍ପୋର୍ଟ): ବିଶ୍ୱକପ ୨୦୧୯ ସେମିଫାଇନାଲରେ ହାରିବା ପରେ ଭାରତୀୟ ଦଳରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଥମେ ଦଳର କୋଚ ନିର୍ଣ୍ଣୟ ପ୍ରକିୟା ଆରମ୍ଭ ହୋଇଛି ।
ଏଥିନିମନ୍ତେ ବିସିସିଆଇ ଆବେଦନ ଗ୍ରହଣ କରୁଛି । ବର୍ତମାନର କୋଚ ଥିବା ରବି ଶାସ୍ତ୍ରୀଙ୍କ କାର୍ୟ୍ୟକାଳକୁ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ବୃଦ୍ଧି କରାଯାଇଛି।
କିନ୍ତୁ ଦଳର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଅଧ୍ୟକ୍ଷତା କୋଚ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆର କୋଚ ହେବା ପାଇଁ ଅନେକ ଆବେଦନ ଆସିଛି । ସେଥି ମଧ୍ୟରୁ ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଦନେ ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟବର୍ଦ୍ଦନେଙ୍କ ନାମ ମଧ୍ୟ ତାଲିକାରେ ଆଗରେ ରହିଛି । ସେ ପୂର୍ବରୁ ଇଂଲଣ୍ଡର ସହକାରୀ କୋଚ ଥିଲେ ।
ମହେଲା ଜୟବର୍ଦ୍ଦନେ ଭାରତୀୟ ଦଳର କୋଚ ହେବା ପାଇଁ ଆଗ୍ରହୀ ଅଛନ୍ତି । ସେ ମୁମ୍ବାଇ ଇଣ୍ଡିଆନରେ କାମ କରିସାରିଛନ୍ତି । ସେ ମୁମ୍ବାଇର କୋଚ ଥିବା ବେଳେ ଦଳ ୨ଥର ଚାମ୍ପିଅନ ହୋଇଥିଲା । ତାଙ୍କ ବ୍ୟତୀତ ଗ୍ୟାରୀ କଷ୍ଟନ ଏବଂ ଟମ ମୁଢୀ ମଧ୍ୟ କୋଚ ଦୌଡରେ ଅଛନ୍ତି ।