Football

ଭାରତ-ବାଙ୍ଗଲାଦେଶ ମ୍ୟାଚ୍ ୧-୧ ଗୋଲ ସହିତ ଡ୍ର ରେ ଶେଷ ହୋଇଛି

(ଓଡିଶା ସ୍ପୋର୍ଟସ): ଫିଫା ୱାଲର୍ଡ କପ୍ ର କ୍ୱାଲିଫାୟାର ମୁକାବିଲାରେ ଭାରତୀୟ ଫୁଟବଲ ଟିମ୍ ବାଙ୍ଗଲାଦେଶ ସହିତ ୧-୧ରେ ବରାବରିରେ ଶେଷ କରିଥିଲେ । ଏସିଆ ଚମ୍ପିଆନ କତରଙ୍କ ବିପକ୍ଷରେ ଗୋଲରହିତ ଡ୍ର ପରେ ଭାରତୀୟ ଟିମ୍ ଗ୍ରୁପ୍-ଇ ର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଦିନ ବାଙ୍ଗଲାଦେଶ ବିପକ୍ଷରେ ଶେଷ ସମୟରେ ମ୍ୟାଚ୍ ‘ଡ୍ର’ରେ ରହିଥିଲା । ୯ ବର୍ଷ ପରେ କଲିକତାର ସାଲ୍ଟଲେକ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ସିନିୟର ପୁରୁଷ ଟିମ୍ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦର୍ଶକମାନଙ୍କ ଗହଣରେ ଭରିଯାଇଥିଲା । ଅବଶ୍ୟ ସୁନିଲ ଛେତ୍ରୀଙ୍କ କ୍ୟାପଟେନରେ ଭାରତୀୟ ଟିମ୍ ଉପରେ ବାଙ୍ଗଲାଦେଶ ଟିମ୍ ପୁରା ମ୍ୟାଚରେ ପ୍ରଭାବଶଳୀ ରହିଥିଲା ଏବଂ ଶେଷ ସମୟ ପର୍ଯ୍ୟନ୍ତ ୧-୦ ସହିତ ଆଗୁଆ ରହିଥିଲା । କିନ୍ତୁ ମ୍ୟାଚର ୮୯ତମ ମିନିଟରେ ଆଦିଲ ଖାନଙ୍କ ହେଡର ସାହାଯ୍ୟରେ ଭାରତୀୟ ଟିମ୍ ନିଜର ଏକକ ଗୋଲ କରିବାରେ ସଫଳ ରହିଥିଲେ ଏବଂ ମ୍ୟାଚକୁ ‘ଡ୍ର’ କରାଇଥିଲେ । ଦୁଇଟି ମ୍ୟାଚ୍ ‘ଡ୍ର’ ପରେ ଭାରତୀୟ ଟିମ୍ ଦୁଇଟି ଅଙ୍କ ସହିତ ଗ୍ରୁପର ଚତୁର୍ଥ ସ୍ଥାନରେ ରହିଛି ।

Related posts

ପ୍ରଥମ ଭାରତୀୟ ଭାବେ ପ୍ରଫୁଲ୍ଲ ପଟେଲ ଫିଫା ପରିଷଦର ସଦସ୍ୟ

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

Odisha Sports Bureau