Cricket

ମାଇକେଲ ଭନଙ୍କ ଟ୍ୱିଟର ଉତ୍ତର ଦେଲେ ଭାରତୀୟ କ୍ରିକେଟ ଫ୍ୟାନ

(ଓଡିଶା ସ୍ପୋର୍ଟ): ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହି ମ୍ୟାଚ୍ଟିକୁ ଘରୋଇ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟ୍ରେ ଜିତିବା ସହ ୫ଟିକିଆ ସିରିଜିକୁ ୧-୩କୁ ଆଣିଛି।

ତେବେ ଟିମ୍ ଇଣ୍ଡିଆର ଏଭଳି ବ୍ୟାଟିଂ ବିପର୍ୟ୍ୟୟକୁ ନେଇ ପୂର୍ବତନ ଇଂଲିଶ ଅଧିନାୟକ ମାଇକେଲ୍ ଭନ୍ ଟ୍ୱିଟ୍ରରେ ତାଚ୍ଛଲ୍ୟ କରିଛନ୍ତି। ଟିମ୍ ଇଣ୍ଡିଆକୁ ଭନ୍ ତାଚ୍ଛଲ୍ୟ କରି କହିଛନ୍ତି,“ଆଧୁନିକ କ୍ରିକେଟ୍ରେ କୌଣସି ଦଳ ୧୦୦ ରନ୍ ଭିତରେ ଅଲଆଉଟ୍ ହୋଇଯିବ, ସେକଥା ମୁଁ ବିଶ୍ୱାସ କରିପାରୁନାହିଁ।”

ଭନ୍ଙ୍କ ଏଭଳି ଟ୍ୱିଟ୍କୁ ଦେଖି ଭାରତୀୟ କ୍ରିକେଟ୍ ଫ୍ୟାନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇଂଲଣ୍ଡ ଗତ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ୭୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହାକୁ ନେଇ ଭାରତୀୟ ଫ୍ୟାନ୍ ଭନ୍ଙ୍କୁ ଟାର୍ଗେଟ କରିଛନ୍ତି।

ଜଣେ ଲେଖିଛନ୍ତି, “ଧୋନି ଓ କୋହଲିଙ୍କ ବିନା ଖେଳୁଥିବା ଭାରତୀୟ ଟିମ୍କୁ ତୃତୀୟ ରାଙ୍କରେ ଥିବା ଘରୋଇ ନ୍ୟୁଜିଲ୍ୟାଣ୍ଡ ୯୨ ରନ୍ରେ ଅଲଆଉଟ୍ କରିଦେଇଥିଲା। କିନ୍ତୁ ରାଙ୍କର ୮ ନଂ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍ଠାରୁ ସବୁ ଦକ୍ଷ ଖେଳାଳିଙ୍କୁ ନେଇ ଖେଳୁଥିବା ଇଂଲଣ୍ଡ ୭୭ ରନ୍ରେ ଅଲଆଉଟ୍ ହୋଇଥିଲା। ଏହା ନିଶ୍ଚିତ ଏକ ଅବିଶ୍ୱସନୀୟ କଥା।”
ଆଉ ଜଣେ ଲେଖିଛନ୍ତି, “ବର୍ତ୍ତମାନ ସବୁଠାରୁ ଅଧିକ କ୍ରିକେଟ୍ ଖେଳୁଥିବା ଇଂଲଣ୍ଡ ୭୭ ରନ୍ରେ ଆଉଟ୍ ହେବା ବିଶ୍ୱାସ କରିହେଉନାହିଁ।”
ସେହିପରି ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି,“ଆମେ ଜାଣିଛୁ ୯୨ ଏକ ଖରାପ ସ୍କୋର କିନ୍ତୁ ୭୭ ରନ୍ଠାରୁ ଏହା ଯଥେଷ୍ଟ ଭଲ।”

Related posts

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

Odisha Sports Bureau

ଆଜି ମୁମ୍ବାଇ ଓ କୋଲକତା

Odisha Sports Bureau

ବିଶ୍ୱ ଦେଖିଲା ୱିକେଟ ବର୍ଷା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶାମୀ ଭାଙ୍ଗିଲେ ଜହିର ଖାନଙ୍କ ରେକର୍ଡ

Odisha Sports Bureau