More Sports

ମାଲଦ୍ୱୀପକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍ ଟିମ୍

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ଭଲିବଲ୍ ଟିମ୍ ଶନିବାରଦିନ ୧୩ତମ ଦକ୍ଷିଣ ଏସିଆ ଖେଳର ସେମିଫାଇନାଲରେ ମାଲଦ୍ୱୀପକୁ ୨୫-୧୪, ୨୫-୬, ୨୫-୧୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏବେ ଭାରତୀୟ ମହିଳା ଟିମଙ୍କ ସାମ୍ନା ନେପାଳ ସହିତ ହେବ । ଆପଣଙ୍କୁ ଜଣାଇ ଦେଉଛୁ କି, ନେପାଳ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୨୫-୧୪, ୨୫-୧୮, ୨୫-୨୧ରେ ପରାସ୍ତ କରିଥିଲା । ଏହା ପୂର୍ବରୁ ମହିଳା ଟିମ୍ କ୍ୱାଟର ଫାଇନାଲରେ ବାଙ୍ଗଲାଦେଶକୁ ୨୫-୮, ୨୫-୧୧, ୨୫-୯ରେ ହରାଇଥିଲା ।
ସେହିପରି, ଭାରତୀୟ ପୁରୁଷ ଭଲିବଲ ଟିମ୍ ରବିବାରଦିନ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସେମିଫାଇନାଲ ଖେଳିବ । ସେପଟେ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯିବ । ତେବେ ସମାପନ ସମାରୋହ ୧୦ ଡିସେମ୍ବରକୁ ହେବେ । ସମାପନ ସମାରୋହରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉପସ୍ଥିତ ରହିବେ । ଏହି ଖେଳରେ ୨୭୦୦ ଆଥଲେଟିକ୍ ୨୬ଟି ବିଭାଗରେ ୧୧୧୯( ୩୧୯ ସ୍ୱର୍ଣ୍ଣ) ପଦକ ପାଇଁ ପ୍ରତିଦ୍ୱନ୍ଦି କରିବେ । ଭାରତର ପ୍ରାୟ ୪୮୭ ଖେଳାଳୀ ଏଥିରେ ଭାଗ ନେବେ ।

Related posts

୨୦୧୯ ଇଣ୍ଡିଆ ଅଣ୍ଡର ୨୦ ଗାର୍ଲସ ଟିମ ଘୋଷିତ

Odisha Sports Bureau

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

Odisha Sports Bureau

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau