More Sports

ମାଲଦ୍ୱୀପକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍ ଟିମ୍

(ଓଡିଶା ସ୍ପୋର୍ଟସ): ଭାରତୀୟ ମହିଳା ଭଲିବଲ୍ ଟିମ୍ ଶନିବାରଦିନ ୧୩ତମ ଦକ୍ଷିଣ ଏସିଆ ଖେଳର ସେମିଫାଇନାଲରେ ମାଲଦ୍ୱୀପକୁ ୨୫-୧୪, ୨୫-୬, ୨୫-୧୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏବେ ଭାରତୀୟ ମହିଳା ଟିମଙ୍କ ସାମ୍ନା ନେପାଳ ସହିତ ହେବ । ଆପଣଙ୍କୁ ଜଣାଇ ଦେଉଛୁ କି, ନେପାଳ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ୨୫-୧୪, ୨୫-୧୮, ୨୫-୨୧ରେ ପରାସ୍ତ କରିଥିଲା । ଏହା ପୂର୍ବରୁ ମହିଳା ଟିମ୍ କ୍ୱାଟର ଫାଇନାଲରେ ବାଙ୍ଗଲାଦେଶକୁ ୨୫-୮, ୨୫-୧୧, ୨୫-୯ରେ ହରାଇଥିଲା ।
ସେହିପରି, ଭାରତୀୟ ପୁରୁଷ ଭଲିବଲ ଟିମ୍ ରବିବାରଦିନ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ସେମିଫାଇନାଲ ଖେଳିବ । ସେପଟେ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯିବ । ତେବେ ସମାପନ ସମାରୋହ ୧୦ ଡିସେମ୍ବରକୁ ହେବେ । ସମାପନ ସମାରୋହରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉପସ୍ଥିତ ରହିବେ । ଏହି ଖେଳରେ ୨୭୦୦ ଆଥଲେଟିକ୍ ୨୬ଟି ବିଭାଗରେ ୧୧୧୯( ୩୧୯ ସ୍ୱର୍ଣ୍ଣ) ପଦକ ପାଇଁ ପ୍ରତିଦ୍ୱନ୍ଦି କରିବେ । ଭାରତର ପ୍ରାୟ ୪୮୭ ଖେଳାଳୀ ଏଥିରେ ଭାଗ ନେବେ ।

Related posts

ହାଫ ମାରାଥନରେ ରେକର୍ଡ ସୃଷ୍ଟିକଲେ କୋସେଗି

Odisha Sports Bureau

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା,୫୫୦ ଜଣ ଭାଗ ନେବେ

Odisha Sports Bureau