More Sports

ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚ୍ୟାଲେଞ୍ଜରେ ବାଜି ମାରିଲେ ଲୋକେଶ

(ଓଡିଶା ସ୍ପୋର୍ଟ): ଭାରତର ଯୁବା ଖେଳାଳୀ କେ।।ଲ ଧର୍ମାମେର ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚାଲେଞ୍ଜର ଟାଇଟଳ ହାସଲ କରିନେଇଛନ୍ତି । ଏହି ମାସରେ ମିଆଁମାର ଅନ୍ତରାଷ୍ଟ୍ରୀୟ ସିରିଜର ଟ୍ରଫି ଜିତିଥିବା ମୁମ୍ବାଇର ୨୩ ବର୍ଷିୟ ଧର୍ମାମେର ଫାଇନାଲରେ ହମ୍ବତନ୍ ସିରିଲ ବର୍ମାଙ୍କୁ ୩୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ମୁକାବିଳାରେ ୨୧-୧୩, ୨୧-୧୮ ରେ ପରାସ୍ତ କରିଥିଲେ । ଏହି ସିଜିନରେ ଧର୍ମାମେରଙ୍କ ଏହା ଦ୍ୱିତୀୟ ଟାଇଟଲ ଅଟେ । ମହିଳା ଯୁଗୋଳ ଫାଇନାଲରେ ଅଶ୍ୱିନୀ ପୋନପ୍ପା ଏବଂ ସିକ୍କି ରେଡ୍ଡୀଙ୍କ ଭାରତୀୟ ଯୋଡିଙ୍କୁ ଜାପାନର ସୟାକ ହୋବାରା ଏବଂ ନାତ୍ୟୁକି ସୋନିଙ୍କ ଯୋଡି ଠାରୁ ୧୦-୨୧, ୨୧-୧୭, ୧୨-୨୧ରେ ପରାସ୍ତ କରିଛନ୍ତି । ମିଶ୍ରୂୀତ ଯୁାଗୋଳରେ ସାଇପ୍ରଣୀତ କୃଷ୍ଣପ୍ରସାଦ ଏବଂ ଅଶ୍ୱିନୀ ଭଟ୍ଟଙ୍କ ଯୋଡି ଥାଇଲାଣ୍ଡର ଚାଲୋମ୍ଫୋନ ଚାରୋଇଚ୍ନିଟାମୋର୍ନ ଏବଂ ଜାସିନୀ କୋରାପାପରେ ୨୧-୧୧,୨୧-୧୫ରେ ଏବଂ ପୁରୁଷ ଯୁଗୋଳରେ ଅରୁଣ ଜାର୍ଜ ଏବଂ ସଂୟମ୍ ଶୁକ୍ଲାଙ୍କ ଯୋଡିକୁ ଜାପାନର କେଇସିରୋ ମାତ୍ସୁଇ ଏବଂ ୟୋଶୀନୋରି ତାକୁଚୀଙ୍କ ଯୋଡି ଠାରୁ ୯-୨୧, ୨୦-୨୨ରେ ପରାଜୟ ମିଳିଲା ।

Related posts

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau

ଖେଲୋ ଇଣ୍ଡିଆ, ଓଡ଼ିଶାକୁ ସ୍ୱର୍ଣ୍ଣ

Odisha Sports Bureau