More Sports

ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚ୍ୟାଲେଞ୍ଜରେ ବାଜି ମାରିଲେ ଲୋକେଶ

(ଓଡିଶା ସ୍ପୋର୍ଟ): ଭାରତର ଯୁବା ଖେଳାଳୀ କେ।।ଲ ଧର୍ମାମେର ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚାଲେଞ୍ଜର ଟାଇଟଳ ହାସଲ କରିନେଇଛନ୍ତି । ଏହି ମାସରେ ମିଆଁମାର ଅନ୍ତରାଷ୍ଟ୍ରୀୟ ସିରିଜର ଟ୍ରଫି ଜିତିଥିବା ମୁମ୍ବାଇର ୨୩ ବର୍ଷିୟ ଧର୍ମାମେର ଫାଇନାଲରେ ହମ୍ବତନ୍ ସିରିଲ ବର୍ମାଙ୍କୁ ୩୫ ମିନିଟ ପର୍ଯ୍ୟନ୍ତ ଚାଲିଥିବା ମୁକାବିଳାରେ ୨୧-୧୩, ୨୧-୧୮ ରେ ପରାସ୍ତ କରିଥିଲେ । ଏହି ସିଜିନରେ ଧର୍ମାମେରଙ୍କ ଏହା ଦ୍ୱିତୀୟ ଟାଇଟଲ ଅଟେ । ମହିଳା ଯୁଗୋଳ ଫାଇନାଲରେ ଅଶ୍ୱିନୀ ପୋନପ୍ପା ଏବଂ ସିକ୍କି ରେଡ୍ଡୀଙ୍କ ଭାରତୀୟ ଯୋଡିଙ୍କୁ ଜାପାନର ସୟାକ ହୋବାରା ଏବଂ ନାତ୍ୟୁକି ସୋନିଙ୍କ ଯୋଡି ଠାରୁ ୧୦-୨୧, ୨୧-୧୭, ୧୨-୨୧ରେ ପରାସ୍ତ କରିଛନ୍ତି । ମିଶ୍ରୂୀତ ଯୁାଗୋଳରେ ସାଇପ୍ରଣୀତ କୃଷ୍ଣପ୍ରସାଦ ଏବଂ ଅଶ୍ୱିନୀ ଭଟ୍ଟଙ୍କ ଯୋଡି ଥାଇଲାଣ୍ଡର ଚାଲୋମ୍ଫୋନ ଚାରୋଇଚ୍ନିଟାମୋର୍ନ ଏବଂ ଜାସିନୀ କୋରାପାପରେ ୨୧-୧୧,୨୧-୧୫ରେ ଏବଂ ପୁରୁଷ ଯୁଗୋଳରେ ଅରୁଣ ଜାର୍ଜ ଏବଂ ସଂୟମ୍ ଶୁକ୍ଲାଙ୍କ ଯୋଡିକୁ ଜାପାନର କେଇସିରୋ ମାତ୍ସୁଇ ଏବଂ ୟୋଶୀନୋରି ତାକୁଚୀଙ୍କ ଯୋଡି ଠାରୁ ୯-୨୧, ୨୦-୨୨ରେ ପରାଜୟ ମିଳିଲା ।

Related posts

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ କିଟ୍ ପ୍ରତିଷ୍ଠାତାଙ୍କୁ ସରସ୍ୱତୀଙ୍କ ଆକ୍ରମଣ

Odisha Sports Bureau

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau