More Sports

ଦୂତିଙ୍କ ବିଏମଡବ୍ଲୁ ବିକ୍ରି ପୋଷ୍ଟରେ କିଟ୍ ପ୍ରତିଷ୍ଠାତାଙ୍କୁ ସରସ୍ୱତୀଙ୍କ ଆକ୍ରମଣ

ଭୁବନେଶ୍ୱର: ଓଡିଶାର ଦୌଡ ରାଣୀ ଦୂତି ଚାନ୍ଦ ତାଙ୍କ ବିଏମଡବ୍ଲୁ ବିକ୍ରି କରିବାକୁ ନେଇ ଫେସ ବୁକରେ ଏକ ପୋଷ୍ଟ କରିଥିଲେ । ଅବଶ୍ୟ କିଛି ସମୟ ପରେ ଦୂତି ଏହାକୁ ଡିଲିଟ ମଧ୍ୟ କରି ଦେଇଥିଲେ । ତେବେ ଏହି ଅଳ୍ପ ସମୟର ପୋଷ୍ଟିଂ ଭିତରେ ଏହି ଖବରକୁ ନେଇ ହୋଇଥିଲା ଚର୍ଚ୍ଚା । ବିଭିନ୍ନ ଗଣମାଧ୍ୟମ ଏହାକୁ ନେଇ ଚଳାଇଥିଲେ ତଜର୍ମା । କିନ୍ତୁ ଦୂତିଙ୍କ ଏହି ପୋଷ୍ଟ ଟିକୁ ନେଇ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ପୂର୍ବପରି ଦୂତିଙ୍କ ଗଡ ଫାଦର ଅର୍ଥାତ୍ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିବାକୁ ପଛେଇ ନ ଥିଲେ ।

ବିଏମଡବ୍ଲୁ ବିକ୍ରିକୁ ନେଇ ଦୂତି ଏକ ଗଣମାଧ୍ୟମରେ କହିଥିଲେ, ତାଙ୍କ ନିକଟରେ ୩ଟି କାର ରହିଛି । ବର୍ତ୍ତମାନ କରୋନା ସ୍ଥିତିରେ ସେସବୁର ମେଣ୍ଟେନାନ୍ସ, ଇନ୍ସୁରାନ୍ସ ରିନୁଆଲ ଆଦି ତାଙ୍କ ପାଇଁ କଷ୍ଟ ହୋଇପଡିଛି । ଏହା ବ୍ୟତୀତ ଏସବୁ ବ୍ୟବହାର ନ ହୋଇ ପଡିରହିଛି । ତେଣୁ ଗୋଟିଏ ବିକ୍ରି କରିବାକୁ ଚାହୁଁଛି । ଅନ୍ୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି କି, ସେ ଟୋକିଓ ଅଲମ୍ପିକ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ଅଭ୍ୟାସ ପାଇଁ ଟଙ୍କାର ଆବଶ୍ୟକତା ଥିବାରୁ ସେ ବିଏମଡବ୍ଲୁକୁ ବିକ୍ରି କରିବାକୁ ଚାହୁଁଛନ୍ତି ।

ଏହାକୁ ନେଇ ସରସ୍ୱତୀ ସର୍ବଦା ପରି ଦୂତିଙ୍କ ଗଡଫାଦର ଡ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଛନ୍ତି । ସରସ୍ୱତୀ କହିଛନ୍ତି, ସେ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଦୂତି ତାଙ୍କ ଅଭ୍ୟାସ ପାଇଁ ବିଏମଡବ୍ଲୁ କାର ବିକିବାକୁ ଚାହୁଚନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗୁଛି କି ଓଡିଶାରେ କେହି ଏମିତି ସ୍ପୋନ୍ସର ନାହାନ୍ତି ଯିଏ ତାଙ୍କ ଅଭ୍ୟାସ ପାଇଁ ଦେଇପାରିବେ ୪୦-୫୦ ଲକ୍ଷ ଟଙ୍କା? କୁଆଡେ ଗଲେ ଦୂତିଙ୍କ ଗଡଫାଦର, ଯାହାଙ୍କ ସଂସ୍ଥା ପାଇଁ ସେ ଅନେକ ବିଜ୍ଞାପନ କରିଛନ୍ତି । ଏହି ବିଜ୍ଞାପନ ପାଇଁ ଅନ୍ୟ କେହି ୪-୫ କୋଟି ଦାବି କରିଥାନ୍ତେ । ଏବେ ଦୂତିଙ୍କ ଗଡ ଫାଦର କୁଆଡେ ଗଲେ ବୋଲି ସରସ୍ୱତୀ ଅଚ୍ୟୁତ ସାମନ୍ତଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ।

ତେବେ ଏହା ଦୂତିଙ୍କ ପାଇଁ ସରସ୍ୱତୀଙ୍କ ଭଲପାଇବା ନା ରାଗ ତାହା ଜାଣି ହେଉନାହିଁ । ହେଲେ ଗୋଟିଏ କଥା ସ୍ପଷ୍ଟ ଦୂତି ସର୍ବଦା ସରସ୍ୱତୀଙ୍କ ସ୍କାନରରେ ରହିଛନ୍ତି । ମାତ୍ର ଅଳ୍ପ ସମୟ ପାଇଁ ଥିବା ପୋଷ୍ଟ ମଧ୍ୟ ସରସ୍ୱତୀଙ୍କ ନଜରରୁ ବାଦ ପାଡିନାହିଁ ।

Related posts

ଏସୀୟ କ୍ରୀଡ଼ା ଉଦ୍ଘାଟନୀ ସମାରୋହ ରେ ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

Odisha Sports Bureau

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau

କରୋନା ପାଇଁ ବନ୍ଦ ହେବ ନାହିଁ ଟୋକିଓ ଅଲମ୍ପିକ୍ସ

Odisha Sports Bureau