Cricket

ମୁଖ୍ୟ କୋଚ ପରେ ସପୋର୍ଟ ଷ୍ଟାଫ ଚୟନ

(ଓଡିଶାସ୍ପୋର୍ଟସ ): କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ବା ସିଏସି ଟିମ୍ ଗତକାଲି ଟିମ୍ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିଥିଲେ । ଏହା ପରେ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ଙ୍କ ଚୟନ ମଧ୍ୟ କରିବେ ବୋଲି ସଙ୍କେତ ଦେଇଛନ୍ତି। । ପୂର୍ବରୁ ବିସିସିଆର ପ୍ରଶାସନିକ କମିଟି ବା ସିଓଏ କହିଥିଲା ଯେ ନ୍ୟାଶନାଲ ଚୟନ କମିଟି ହିଁ ସପୋର୍ଟ ଷ୍ଟାଫ୍ ବାଛିବେ।
କପିଲ ଦେବଙ୍କ ବ୍ୟତୀତ ଏହି କମିଟିରେ ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡ୍ ଓ ସାନ୍ତା ରଙ୍ଗାସ୍ୱାମୀ ରହିଛନ୍ତି।କପିଲ୍ ଦେବ୍ କହିଛନ୍ତି, “ସପୋର୍ଟ ଷ୍ଟାଫ୍ ଚୟନ ବେଳେ ଆମେ ଆଶାୟୀ ମାନଙ୍କ ସାକ୍ଷାତକାର ନେବୁ ବୋଲି ଆଶା କରୁଛୁ। ଆମେ ଏହି ଚୟନ ପ୍ରକ୍ରିୟାରେ ସାମିଲ ହେବୁ ବୋଲି ଭାବୁଛୁ।”
ଗୋଟିଏ ସୂତ୍ର ଅନୁସାରେ ଟିମ୍ ଇଣ୍ଡିଆର ବ୍ୟାଟିଂ କୋଚ ପଦ ପାଇଁ ୧୨ ଜଣ ଆବେଦନ କରିଥିବା ବେଳେ ୯ ଜଣ ବୋଲିଂ କୋଚ ଓ ୩ ଜଣ ଫିଲ୍ଡିଂ କୋଚ ପଦ ପାଇଁ ଆବେଦନ କରିଛନ୍ତି।

Related posts

ପ୍ଲେ ଅଫ ରୋସରୁ ବାଦ ପଡିଲା ଗୁଜୁରାଟ

Odisha Sports Bureau

କ୍ୟାନ୍ସରରେ ପୀଡିତ ଅଷ୍ଟ୍ରେଲିଆ ଟିମର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ

Odisha Sports Bureau

ICC ଘୋଷଣା କଲା ଅଣ୍ଡର-19 ୱର୍ଲ୍ଡ କପ୍ 2026 ଟିମ୍ ଅଫ୍ ଦ ଟୁର୍ନାମେଣ୍ଟ, ବୈଭବ ସୂର୍ଯ୍ୟବଂଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ

Odisha Sports Bureau