More Sports

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

(ଓଡିଶା ସ୍ପୋର୍ଟସ): ଏସିଆ ଅଲମ୍ପିକ୍ କ୍ୱାଲିଫାଇରେ ଭାଗନେଇ ଜାର୍ଡନରୁ ଫେରୁଥିବା ଭାରତୀୟ ମୁଷ୍ଟିଯୋଦ୍ଧା ଟିମ୍କୁ କୋବିଡ-୧୯ର ବିପଦ ଦୃଷ୍ଟିରୁ ଘରେ ଅଲଗା ରହିବାକୁ କୁହାଯିବ, ଅବଶ୍ୟ ଟିମର ସମସ୍ତ ସଦଶ୍ୟଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜରୁରୀ ମଞ୍ଜୁରୀ ମିଳିଯାଇଛି । ଭାରତୀୟ ମୁଷ୍ଟିଯୋଦ୍ଧା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଇଟାଲିରେ ଟ୍ରେନିଙ୍ଗ କରୁଥିଲେ, ଯାହା କୋରୋନା ଭାଇର୍ରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ଗୋଟିଏ । ସେ ଫେବୃଆରୀ ୨୭ରୁ ଆସିସୀରୁ ଉମ୍ମାନ ପହଞ୍ଚିଥିଲେ ଏବଂ ତାଙ୍କୁ ଅନିର୍ବାଜ୍ୟ ସ୍କ୍ରିନି୍ଙ୍ଗ୍ ପରେ ହିଁ ଭାଗ ନେବାରେ ମଞ୍ଜୁରୀ ମିଳିଥିଲା । ଭାରତୀୟ ମୁଷ୍ଟିଯୋଦ୍ଧା ମହାସଂଘ(ବିଏଫଆଇ)ଏହି ସୂଚନା ଦେଇଛନ୍ତି । ବୁଧବାରଦିନ ୧୩ ଜଣ ମୁଷ୍ଟିଯୋଦ୍ଧା ଏବଂ ଏତିକି ସଂଖ୍ୟାରେ କୋଚିଙ୍ଗ୍ ଷ୍ଟାଫ୍ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଯୋଡର୍ନର ଉମ୍ମାନରେ ବୁଧବାରଦିନ ସମାପ୍ତ ହୋଇଥିବା କ୍ୱାଲିଫାଇରେ ଭାରତୀୟ ମୁଷ୍ଟିଯୋଦ୍ଧା ରେକର୍ଡ ୯ଟି ଅଲମ୍ପିକ କୋଟା ହାସଲ କରିଛନ୍ତି । ବିଏଫଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆର କେ ଚଜିନ୍ କହିଛନ୍ତି, ‘ତାଙ୍କୁ କିଛି ଦିନ ନିଜ ଘର କିମ୍ବା ହଷ୍ଟେଲରେ ଅଲଗା ରହିବାକୁ କୁହାଯିବ । ଅବଶ୍ୟ ଜାର୍ଡନ ଅଲମ୍ପିକ୍ ସଂଘ ଠାରୁ ତାଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସଂମ୍ବଧିତ ମଞ୍ଜୁରୀ ମିଳି ଯାଇଛି । ଯୋର୍ଡନରେ ଏବେ ସୁଦ୍ଧା ଗୋଟିଏ ପଜେଟିଭ୍ ମାମଲା ସାମ୍ନାକୁ ଆସିଛି ।

Related posts

୨୫ ରୁ ୬୮ତମ ସିନିୟର ଜାତୀୟ ଭଲିବଲ୍ ଚାମ୍ପିୟନସିପ୍ ୨୦୧୯ ଅନୁଷ୍ଠିତ

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ