Cricket

ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଦିନରେ ୪୪୩/୭ ରନ କରି ଇନିଂସ ସମାପ୍ତ

(ଓଡିଶା ସ୍ପୋର୍ଟ): ଭାରତ ମେଲବର୍ଣ୍ଣ ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍ରେ ୪୪୩ ରନ୍ କରି ପ୍ରଥମ ଇନିଂସ୍ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି । ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଆଜି ଭାରତ ୪୦୦ ରନ୍ ଟପି ଯାଇଥିଲା । ପୂଜାରା ୩୧୯ ବଲ୍ ଖେଳି ୧୦୬, କୋହଲି ୮୨, ରୋହିତ ଅପରାଜିତ ୬୨ଅଜିଙ୍କ୍ୟ ରାହାଣେ ୩୪ ଏବଂ ୠଷଭ ପନ୍ତ ୩୯ ରନ୍ କରିଥିଲେ । ରବୀନ୍ଦ୍ର ଜାଡେଜା ୪ ରନ୍ କରି ଆଉଟ୍ ହେବା ପରେ କୋହଲି ପାଳି ସମାପ୍ତି ଘୋଷଣା କରି ଦେଇଥିଲେ ।

Related posts

ଦିନିକଆ ସିରିଜ୍ ଖେଳିବେ ନାହିଁ ବୁମରା

Odisha Sports Bureau

ଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡ

କେଏଲ ରାହୁଲଙ୍କ ସଫଳ ଅସ୍ତ୍ରୋପଚାର