Hockey

ମ୍ୟାଲେସିୟାକୁ ୧-୦ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ

(ଓଡିଶା ସ୍ପୋର୍ଟ): ଗତକାଲି ମ୍ୟାଲେସିୟା ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ମ୍ୟାଲେସିୟାକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି।

ଦଳକୁ ଦ୍ୱିତୀୟ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ଗୋଲକିପର ସବିତା ଏହାକୁ ବିଫଳ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ଭାରତ ମଧ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିପାରିନଥିଲା। ଏହିପରି ଭାବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍ ବିନା ଗୋଲରେ ଶେଷ ହୋଇଥିଲେ।

ଚତୁର୍ଥ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ଲାଲରେମସିଆମି ଦମଦାର ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ୟ୍ୟନ୍ତ କାଏମ ରଖି ମ୍ୟାଚକୁ ନିଜ ନାମରେ କରିଥିଲା। ଭାରତକୁ ଏହି ମ୍ୟାଚରେ ମୋଟ ୫ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥିରୁ ଗୋଟିଏ ବି ଗୋଲରେ ପରିଣତ ହୋଇନଥିଲା।

ଭାରତ ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଯଥାକ୍ରମେ ୩-୦ ଓ ୫-୦ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ମ୍ୟାଲେସିୟା ସହ ୪-୪ ଗୋଲରେ ଡ୍ର’ କରିଥିଲା।

Related posts

ହକି ବିଶ୍ୱକପ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲେ ଓଡିଶା ସରକାର

Odisha Sports Bureau

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

Odisha Sports Bureau

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

Odisha Sports Bureau