Cricket

ଲୋକପାଳଙ୍କୁ ଭେଟି ନିଜ ପକ୍ଷ ରଖିଲେ ପାଣ୍ଡ୍ୟା-ରାହୁଲ

(ଓଡିଶା ସ୍ପୋର୍ଟ): ବିବାଦରେ ଫସିଥିବା ଦୁଇ ଭାରତୀୟ କ୍ରିକେଟର୍ ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ବିସିସିଆଇର ନବ ନିଯୁକ୍ତ ଲୋକପାଳ ଡିକେ ଜୈନଙ୍କୁ ଭେଟି ନିଜ ପକ୍ଷ ରଖିଛନ୍ତି। ବିବାଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ ପାଣ୍ଡ୍ୟାଙ୍କୁ ମଙ୍ଗଳବାର ଏବଂ ରାହୁଲଙ୍କୁ ବୁଧବାର ହାଜର ହେବାକୁ ନୋଟିସ୍ ପଠାଯାଇଥିଲା। ‘ଉଭୟ ପାଣ୍ଡ୍ୟା ଓ ରାହୁଲ ମୋତେ ସାକ୍ଷାତ କରିଛନ୍ତି ଏବଂ ନିଜ ପକ୍ଷ ରଖିଛନ୍ତି। ଠିକ ସମୟରେ ମୁଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବି’ ବୋଲି ଅବସରପ୍ରାପ୍ତ ବିଚାରପତି ଶ୍ରୀ ଜୈନ ପ୍ରକାଶ କରିଛନ୍ତି। ମେ’ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ବକପ୍ ଲାଗି ଭାରତୀୟ ଦଳ ଏପ୍ରିଲ୍ ୧୫ ତାରିଖରେ ଘୋଷିତ ହେବାକୁ ଥିବାରୁ ଏହି ପ୍ରସଙ୍ଗ ଚୟନକର୍ତାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଜାନୁଆରିରେ ‘କଫି ୱିଥ୍ କରଣ’ ଟିଭି କାର୍ୟ୍ୟକ୍ରମରେ ଏହି ଦୁଇ ଖେଳାଳି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ଉଭୟଙ୍କୁ ବିସିସିଆଇ ନିଲମ୍ବିତ କରିଥିଲା। ଏଥି ପାଇଁ ପାଣ୍ଡ୍ୟାଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ଗସ୍ତରୁ ସ୍ବଦେଶ ଫେରି ଆସିବାକୁ ପଡ଼ିଥିଲା।

Related posts

ଅଷ୍ଟ୍ରେଲିଆ –ଇଂଲଣ୍ଡ ଦ୍ୱିତୀୟ ଆଶେସ ଟେଷ୍ଟ

Odisha Sports Bureau

ସ୍ଲୋ ଓଭର ରେଟ୍ ପାଇଁ ଶୁବମନ ଗିଲଙ୍କୁ ଜରିମାନା

Odisha Sports Bureau

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି ସନରାଇଜସୀ ହାଇଦ୍ରାବାଦ