Shooting

ଶୁଟିଂ ବିଶ୍ୱକପରେ ଭାଗ ନେବନି ପାକିସ୍ତାନ ଟିମ

(ଓଡିଶା ସ୍ପୋର୍ଟ): ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଶୁଟିଂ ବିଶ୍ୱକପ । ଏଥିରେ ପାକିସ୍ତାନ ଟିମ ଭାଗ ନେବ ନାହିଁ। ପୁଲୱାମା ଆକ୍ରମଣ ସତ୍ତ୍ୱେ ପାକିସ୍ତାନ ଖେଳାଳିଙ୍କୁ ଭାରତ ଆସିବାକୁ ଭିସା ମିଳିଥିଲା। କିନ୍ତୁ ଭିସା ପାଇବା ସତ୍ତ୍ୱେ ପାକିସ୍ତାନ ଟିମ ବିଶ୍ୱକପରେ ଭାଗ ନେବନାହିଁ। ଦି ନ୍ୟାଶନାଲ ଶୁଟିଂ ବଡି ଅଫ ପାକିସ୍ତାନ (ଏନ୍ଆରଏପି) ଆଜି ଏକଥା ସ୍ପଷ୍ଟ କରିଛି।

ଏନଆରଏପି କହିଛି ଯେ ଶୁଟର ମହମ୍ମଦ ଖାଲିଲ ଅଖତର ଓ ଗୁଲାମ ମୁସ୍ତାଫା ବଶିରଙ୍କ ସହ ମ୍ୟାନେଜର ରାଜି ଅହମ୍ମଦ ଫେବୃଆରୀ ୨୦ରୁ ୨୮ ପର୍ୟ୍ୟନ୍ତ ହେବାକୁ ଥିବା ଆଇଏସଏସଏଫ ବିଶ୍ୱକପ୍ ରାଇଫଲ/ପିସ୍ତଲ ଇଭେଣ୍ଟରେ ଭାଗ ନେବାର ଥିଲା। କିନ୍ତୁ ବିଳମ୍ବିତ ଭିସା ପ୍ରଦାନ ଯୋଗୁ ପାକିସ୍ତାନ ନୂଆଦିଲ୍ଲୀ ଯାଉନାହିଁ।
ତେବେ ଭାରତର ଶୁଟିଂ ସଂଗଠନ ଏନଆରଏଆଇ ପକ୍ଷରୁ ଭିସା ଠିକଣା ସମୟରେ ଦିଆଯାଇଥିବା କୁହାଯାଇଛି। ଗତକାଲି ଏନଆରଏଆଇ ପକ୍ଷରୁ ୩ ଜଣିଆ ପାକିସ୍ତାନ ଭାରତ ଆସୁଥିବା କୁହାଯାଇ ଥିଲା। ଏହାକୁ ଏନ୍ଆରଏପି ମଧ୍ୟ ସ୍ୱୀକାର କରିଛି। ହେଲେ ଏନ୍ଆରଏପି କହିଛି ଯେ ଆମେ ପରେ ଏକଥା ବୁଝିବା ବେଳକୁ ଭିସା ମିଳିବା ପ୍ରକ୍ରିୟା ଜାରି ରହିଥିବା ଜାଣିବାକୁ ପାଇଲୁ। ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଏନଆରଏପି ଭାରତ ଗସ୍ତ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାଇଛି।

Related posts

ରାଷ୍ଟ୍ରୟ ସୁଟିଙ୍ଗ୍ ଟ୍ରୟଲ୍ସରେ ବାଜି ମାରିଲେ ମେହୁଲି

Odisha Sports Bureau

ନ୍ୟାସନାଲ ସୁଟିଙ୍ଗ୍ ଟ୍ରାୟଲ୍ସରେ ମେହୁଲି ଘୋଷଙ୍କ ବିଜୟ

Odisha Sports Bureau

ସୁଟିଙ୍ଗ୍ ୱାର୍ଲଡ କପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ ସଂଘର୍ଷମୟ କାହାଣୀ

Odisha Sports Bureau