Cricket

ଷ୍ଟାର୍କଙ୍କ ଘାତକ ବୋଲିଂ, ଅଷ୍ଟ୍ରେଲିଆ ୩୬୬ ରନରେ ବିଜୟୀ

(ଓଡିଶା ସ୍ପୋର୍ଟ): ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟକୁ ୩୬୬ ରନରେ ବିଜୟୀ ହୋଇଛି । ଏଥିସହିତ ଦୁଇ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜକୁ ଘରୋଇ ଅଷ୍ଟ୍ରେଲିଆ ଦଳ ୨-୦ ବ୍ୟବଧାନରେ ପୋଛି ନେଇଛି। ସୋମବାର ବିନା କ୍ଷତିରେ ୧୭ ରନ୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋରରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ଦଳ ୧୪୯ ରନ୍ରେ ଅଲଆଉଟ୍ ହୋଇଯାଇଛି। ଘରୋଇ ବୋଲର ଷ୍ଟାର୍କ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ପାଟ କୁମିନ୍ସ ୩ ଉଇକେଟ ହାତେଇଥିଲେ। ଏଠାରେ ମୋଟ ୧୦ ଉଇକେଟ ନେଇଥିବା ଷ୍ଟାର୍କଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ କରାଯାଇଛି। ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ୫୩୪ ରନ୍ କରିଥିବାବେଳେ ଶ୍ରୀଲଙ୍କା ୨୧୫ ରନ୍ କରିଥିଲା। ଏହାପରେ ୩୧୯ ରନ୍ର ଅଗ୍ରଣୀ ହାସଲ କରିଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୧୯୬ ରନ୍ କରିଥିଲା। ଫଳରେ ଶ୍ରୀଲଙ୍କା ଆଗରେ ୫୧୬ ରନ୍ର ବିଶାଳ ବିଜୟଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା। ଏହା ଶ୍ରୀଲଙ୍କା ଦଳର କ୍ରମାଗତ ୩ୟ ଟେଷ୍ଟ ସିରିଜ ପରାଜୟ। ଏଥିପୂର୍ବରୁ ଶ୍ରୀଲଙ୍କାକୁ ଇଂଲଣ୍ଡ ୩-୦ରେ ଓ ନ୍ୟୁଜିଲାଣ୍ଡ ୧-୦ରେ ପରାସ୍ତ କରିଥିଲା।

Related posts

ଅଭିନେତ୍ରୀ ନଗମାଙ୍କୁ ମନ ଦେଇଥିଲେ ଗାଙ୍ଗୁଲି

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ଆଜି ଇତିହାସ ରଚିଥିଲେ ସଚିନ

Odisha Sports Bureau