More Sports

ସଡ଼କ ଦୁର୍ଘଟଣାରେ ଜୟନ୍ତୀଲାଲ ନାନୋମାଙ୍କର ମୃତ୍ୟୁ

(ଓଡିଶା ସ୍ପୋର୍ଟସ): ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ତୀରନ୍ଦାଜ ତଥା ବର୍ତ୍ତମାନର ପ୍ରଶିକ୍ଷକ ଜୟନ୍ତୀଲାଲ ନାନୋମାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ, ଜୟନ୍ତୀଲାଲ ରବିବାର ରାତିରେ ତାଙ୍କ ସହଯୋଗୀଙ୍କ ସହ ବନସ୍ୱାରା ଠାରୁ ଡୁଙ୍ଗରପୁରକୁ ଫେରୁଥିବାବେଳେ ସାଗୱାରା ରାସ୍ତାରେ ଥିବା ଭର୍ଦା ପୋଲିସ ଷ୍ଟେସନ ସମ୍ମୁଖରେ ତାଙ୍କ କାର ଅନିୟନ୍ତ୍ରିତ ଭାବରେ ଓଲଟି ପଡିଥିଲା। ଏହି ଘଟଣାରେ ଜୟନ୍ତୀଲାଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତୀଲାଲ ଏବଂ ତାଙ୍କ ସହକର୍ମୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ଉଦୟପୁରକୁ ପଠାଇଥିଲେ । ଉଦୟପୁରରେ ପହଞ୍ଚିବା ପୂର୍ବରୁ ଜୟନ୍ତୀଲାଲଙ୍କ ମୃତ୍ୟୁ ହୋଇଯାଇଥିଲା। ୩୪ ବର୍ଷୀୟ ନାନୋମାଙ୍କର ମଧ୍ୟ ଏକ ଝିଅ ଅଛି ଜ୍ଝ ୨୦୧୩, ୨୦୧୫ ଏବଂ ୨୦୧୮ରେ ଭାରତୀୟ ତୀରନ୍ଦାଜୀ ଦଳର କୋଚ୍ ଥିବା ନାନୋମା ବର୍ତ୍ତମାନ ଡଙ୍ଗରପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଭାବରେ କାର୍ୟ୍ୟ କରୁଥିଲେ, ତାଙ୍କ ତତ୍ତ୍ୱାବଧାନରେ ସେ ରାଜସ୍ଥାନର ଅନେକ ତୀରନ୍ଦାଜ ପ୍ରସ୍ତୁତ କରିଥିଲେ।

Related posts

ରାଷ୍ଟ୍ରିୟ ଭାରତ୍ତୋଳନ ଚମ୍ପିଆନସିପରେ ପ୍ରଦୀପ ହେଲେ ଚମ୍ପିଆନ୍

Odisha Sports Bureau

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau