(ଓଡିଶା ସ୍ପୋର୍ଟସ): ଅଲମ୍ପିକରେ ବ୍ର୍ରୋଞ୍ଜ ପଦକ ଜିତିଥିବା ସାକ୍ଷି ମଲ୍ଲୀକ ଏବଂ ରାଷ୍ଟ୍ରମଣ୍ଡଳ ଖେଳ ଚମ୍ପିଆନ୍ ରାହୁଲ ଅୱାରେ ୧୭-୨୩ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ସିନିଅର ଏସିଆ କୁସ୍ତି ଚମ୍ପିଆନସିପ୍ ଭାରତର ୧୨ ସଦଶ୍ୟ ଟିମ୍ ନନ୍-ଅଲମ୍ପିକ୍ ଭାରବର୍ଗରେ ଭାଗନେବେ । ଭାରତୀୟ କୁସ୍ତି ମହାସ ଂଘର ଏକ ବୟାନ ମୁତାବକ ନନ୍-ଅଲମ୍ପିକ୍ ବର୍ଗରେ ଚୟନ ଟ୍ରାୟଲ ରବିବାର ଏବଂ ସୋମବାର ଦିନ ଲକ୍ଷେ୍ନø ଏବଂ ସୋନିପଥରେ ହୋଇଛି । ରାଷ୍ଟ୍ରମଣ୍ଡଳ ଖେଳ ୨୦୧୮ ର ସ୍ୱର୍ଣ୍ଣ ପଦକ ଏବଂ ୨୦୧୯ରେ ବିଶ୍ୱ ଚମ୍ପିଆନସିପର ବ୍ରୋଞ୍ଜ ପଦକ ବିଜେତା ୬୧ କିଲୋ ଫ୍ରିଷ୍ଟାଇଲ୍ରେ ଓହ୍ଲାଇବେ ।
ଏମାନ୍ଙ୍କ ସହିତ ନବିନ(୭୦ କିଲୋ), ଗୌରବ ବାଲିଆନା(୭୯ କିଲୋ) ଏବଂ ସୋମବୀର (୯୨ କିଲୋ) ମଧ୍ୟ ଏଥିରେ ଭାଗନେବେ । ରିଓ ଅଲମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷି ମଲ୍ଲୀକ୍ ମହିଳାଙ୍କ ୬୫କିଲୋ ବର୍ଗରେ ଓହ୍ଲାଇବେ । ଏଥିରେ ପିଙ୍କି( ୫୫ କିଲୋ), ସରିତା(୫୯ କିଲୋ) ଏବଂ ଗୁରସରଣପ୍ରିତ କୌର(୭୨ କିଲୋ) ମଧ୍ୟ ଭାଗ ନେଉଛନ୍ତି । ଗ୍ରିକୋ ରୋମନରେ ଅର୍ଜିୁନ(୫୫ କିଲୋ), ସଚିନ ରାଣା(୬୩ କିଲୋ), ଆଦିତ୍ୟ କୁଣ୍ଡୁ(୭୨ କିଲୋ) ଏବଂ ହରପ୍ରିତ୍ ସିଂହ(୮୨ କିଲୋ) ଭାଗ ନେବେ ।