Cricket

ସ୍ଲୋ’ ଓଭର୍ ରେଟ୍ ପାଇଁ ଅଶ୍ୱିନଙ୍କ ଉପରେ ଜୋରିମନା

(ଓଡିଶା ସ୍ପୋର୍ଟ): ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ ଟିମର କ୍ୟାପଟେନ୍ ଅଶ୍ୱିନଙ୍କ ଉପରେ ସ୍ଲୋ’ ଓଭର୍ ରେଟ୍ ପାଇଁ ଜୋରିମାନା ଲଗାଯାଇଛି। ଜୋରିମାନା ସ୍ୱରୂପ ଅଶ୍ୱିନଙ୍କ ମ୍ୟାଚ୍ ଫି’ର ୧୨ ଲକ୍ଷ ଟଙ୍କା କାଟି ଦିଆଯାଇଛି। ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ, ତାଙ୍କର ଏହା ପ୍ରଥମ ଅପରାଧ ଏବଂ ଏହି କାରଣରୁ ତାଙ୍କ ଉପରେ କେବଳ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।
ଏହା ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଅଧିନାୟକ ବିରାଟ୍ କୋହଲି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଓ ରାଜସ୍ଥାନ ରୟାଲ୍ସର ପୂର୍ବତନ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ମଧ୍ୟ ସ୍ଲୋ’ ଓଭର୍ ରେଟ୍ ଯୋଗୁ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଥିଲା।

Related posts

ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ

Odisha Sports Bureau

ଭାରତ ଦିବାରାତ୍ର ଟେଷ୍ଟ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି

Odisha Sports Bureau

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର