More Sports

ହରିକାଙ୍କୁ ମିଳିଳା ପ୍ରଥମ ପରାଜୟ

(ଓଡିଶା ସ୍ପୋର୍ଟସ): ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ଦ୍ରୋଣବଲ୍ଲୀ ହରିକାଙ୍କୁ ଫିଡେ ମହିଳା ଗ୍ରାଣ୍ଡ୍ ପ୍ରି ଚେସ୍ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମୁକାବିଲାରେ ପୂର୍ବ ବିଶ୍ୱ ଚମ୍ପିଆନ ଏଲେକ୍ଜ୍ୟାନ୍ଦ୍ରା କୋସ୍ତେନିୟୁକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହାଦ୍ୱରା ସେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି । ଭାରତୀ ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ହରିକାଙ୍କୁ ଋଷର ଖେଳାଳି ୫୫ ଚାଲରେ ପରାସ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ହରିକାଙ୍କର ଏହା ପ୍ରଥମ ପରାଜୟ ଅଟେ । ଏହା ପୂର୍ବରୁ ସେ ଦୁଇଟି ବିଜୟ ଏବଂ ତିନୋଟି ବାଜି ଡ୍ର ଖେଳିଛନ୍ତି । ବିଶ୍ୱର ନବମ ସ୍ଥାନରେ ଥିବା ହରିକାଙ୍କ ସପ୍ତମ ମୁକାବିଲା ଝାନୟାସା ଅବ୍ୱୁମଲ୍ଲୀକଙ୍କ ସହିତ ହେବ । ଋଷର ଏଲେକ୍ଜ୍ୟାନ୍ଦ୍ରା ଗୋରୟାଚିକିନା ଏବଂ ତାଙ୍କର ସାଥି ଏଲେନୋ କାଶଲିନସ୍କାୟା ଚାରଟି ଅଙ୍କ ନେଇ ଆଗୁଆ ରହିଛନ୍ତି ।

Related posts

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

Odisha Sports Bureau

ମାଲଦ୍ୱୀପ ଅନ୍ତଃରାଷ୍ଟ୍ରୀୟ ଚ୍ୟାଲେଞ୍ଜରେ ବାଜି ମାରିଲେ ଲୋକେଶ

Odisha Sports Bureau

ଟେନିସକୁ ବାଏ କହିଲେ ଶାରାପୋଭା

Odisha Sports Bureau