(ଓଡିଶା ସ୍ପୋର୍ଟସ): ୟୁରୋପିୟ ଟୁରରେ ନିଜର ଶର୍ବଶ୍ରେଷ୍ଠ ପରିଣାମ ହାସଲ କରିବା ଶୁଭଙ୍କର ଶର୍ମାଙ୍କ ଆଶା ବିଏମଡବ୍ଲୁ ପିଜିଏ ଗୋଲ୍ଫ ଚମ୍ପିଆନଶିପର ଶେଷ ପର୍ଯ୍ୟାୟରେ ଭାଙ୍ଗି ଗଲା ଏବଂ ଶେଷରେ ସେ ସଂୟୁକ୍ତା ୧୭ତମ ସ୍ଥାନରେ ରହିଛନ୍ତି ।
ଶୁଭଙ୍କର ତୃତୀୟ ପର୍ଯ୍ୟାୟ ପରେ ସଂୟୁକ୍ତା ତୃତୀୟ ସ୍ଥାନରେ ଚାଲୁଥିଲେ କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ସେ ୪ ଓଭର ୭୬ର ନିରାଶଜନକ ପ୍ରଦର୍ଶନ କରିଥିଲେ ଏହା ପରେ ସେ ତଳକୁ ଖସିଯାଇଥିଲେ । ଏହି ସମୟରେ ଡେନୀ ୱିଲେଟ ନିଜର ଭଲ ପ୍ରଦର୍ଶନ ସହିତ ପ୍ରତ୍ୟାବର୍ତ୍ତନ ଯାରି ରଖି ଟ୍ରଫି ହାସଲ କରିଥିଲେ । ସେ ଶେଷ ପର୍ଯ୍ୟାୟରେ ୫ଅଣ୍ଡର ୬୭ର ସ୍କୋର କରିଥିଲେ, ତାଙ୍କର ମୋଟ୍ ଅଙ୍କ ୨୦ ଅଣ୍ଡର ରହିଥିଲା ।
previous post