(ଓଡିଶା ସ୍ପୋର୍ଟସ୍): ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ହେଉଥିବା ଚର୍ଚ୍ଚାରେ ବିରାମ ଲାଗିଛି । ଧୋନୀ ଆସନ୍ତା ୨ମାସ ଯାଏଁ କୌଣସୀ ଇଭେଂଟ ଖେଳିବେ ନାହିଁ ବୋଲି କହିଛନ୍ତି । ସେ ଆସନ୍ତା ୨ମାସ ପାଇଁ ଦଳରୁ ବାହାରେ ରହିବେ ।ତେବେ ଏହି ୨ମାସ ସେ ସୈନ୍ୟ ରେଜିମେଂଟରେ ରହିବେ ବୋଲି କହିଛନ୍ତି ।
ତେବେ ଏଥିରୁ ଜଣାପଡ଼ୁଛି କି ଧୋନୀ ୱେଷ୍ଟଇଣ୍ଡିଜର କାରବିଆନ ଗସ୍ତରେ ଯାଉନାହାନ୍ତି । ଯାହା ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଏହି ଗସ୍ତରେ ଟେଷ୍ଟ ସହ ଟି୨୦ ଓ ଦିନିକିଆ ସିରିଜ ମଧ୍ୟ ଖେଳିବ । ଏଥିପାଇଁ ଆସନ୍ତାକାଲି ଦଳର ଚୟନ କରାଯିବ ।
ପୂର୍ବରୁ ବିଶ୍ୱକପ ପରେ ଧୋନୀ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହି ପ୍ରସଙ୍ଗରେ ତାଙ୍କ ମ୍ୟାନେଜର ଅରୁଣ ପାଣ୍ଡେଙ୍କ ବୟାନ ସାମ୍ନାକୁ ଆସିଥିଲା । ଧୋନୀ ବର୍ତମାନ ଅବସର ନେଉନାହାନ୍ତି ବୋଲି ସେ କହିଥିଲେ ।