Hockey

୨୦୨୩ରେ ହକି ବିଶ୍ୱକପ

(ଓଡ଼ିଶା ସ୍ପୋର୍ଟ): ଆଜି କଳିଙ୍ଗ ଷ୍ଟାଡିୟମରେ ୨୦୧୮ ହକି ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡିଶାରେ ଆୟୋଜିତ ହେବ ବୋଲି ଘୋଷଣା କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ଏହି ବିଶ୍ୱକପ୍ ମ୍ୟାଚ୍ । ସୁନ୍ଦରଗଡରେ ୧୭ଟି ହକି ଟର୍ଫ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ହାଇ ପରଫର୍ମାନ୍ସ ସେଣ୍ଟରର ଶିଳାନ୍ୟାସ କରିବା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଉତ୍ସବରେ ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା ମଧ୍ୟ ଉପସ୍ଥିତ ଥିଲେ । ଏହାସହ ରାଜ୍ୟର ସବୁ ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ ।

୨୦୨୩ ମସିହା ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ବିଶ୍ୱ ଆୟୋଜନ ହେବ । ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରଣ କରିବ ବୋଲି ହକି ମହାସଂଘ ଘୋଷଣା କରିଥିଲା । ଏହାସହ ଆୟୋଜକ ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଏନେଇ ଏଫଆଇଏଚ ଅନୁମତି ପ୍ରଦାନ କରିଛି । ଏହିପରି ଭାରତ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ହାସଲ କରିବାରେ ପ୍ରଥମ ଦେଶ ହୋଇଥିଲା

Related posts

ଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

Odisha Sports Bureau

ମେଜର ଧ୍ୟାନଚାନ୍ଦଙ୍କୁ ହକିର ‘ଯାଦୁକର’

Odisha Sports Bureau

ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭାରତୀୟ ହକି ଖେଳାଳୀ

Odisha Sports Bureau