More Sports

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

(ଓଡ଼ିଶା ସ୍ପୋର୍ଟସ ): ରାଜ୍ୟର ଭାରୋତ୍ତୋଳନ ପ୍ରତିଭା ଝିଲ୍ଲୀ ଦଳବେହେରା କ୍ୟାରିୟରରେ ଆଉ ଏକ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଦକ୍ଷିଣ କୋରିଆରେ ଚାଲିଥିବା ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ଜୁନିୟର ବାଳିକା ୪୫ କେଜି ବର୍ଗରେ ସେ ବ୍ରୋଞ୍ଜ ପଦକ ପାଇଛନ୍ତି । ଭୁବନେଶ୍ୱର କ୍ରୀଡ଼ାଛାତ୍ରାବାସର ଅନ୍ତେଃବାସୀ ଝିଲ୍ଲୀ ସ୍ନାଚ୍‌ରେ ୬୭, କ୍ଲିନ୍‌ ଆଣ୍ଡ ଜର୍କରେ ୮୯(ମୋଟ ୧୫୬ କେଜି) କେଜି ଭାରୋତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଗତ ଏପ୍ରିଲରେ ଚାଇନାର ନିଙ୍ଗବୋଠାରେ ଅନୁଷ୍ଠିତ ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ୪୫ କେଜି ବର୍ଗରେ ସେ ରୌପ୍ୟ ପଦକଲାଭ କରିଥିଲେ। ୨୦୧୮ ଜୁଲାଇରେ ଉଜବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ଭାରୋତ୍ତୋଳନର ୪୮ କେଜି ବର୍ଗରେ ବ୍ରୋଞ୍ଜ ଏବଂ ଏପ୍ରିଲରେ ଉର୍ଗାଙ୍କଠାରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ୪୮ କେଜି ବର୍ଗରେ ସେ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ୨୦୧୭ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ୪୮ କେଜି ବର୍ଗରେ ସେ ୨ଟି ସ୍ବର୍ଣ୍ଣପଦକ ଲାଭ କରିଥିଲେ।

Related posts

ରେସଲିଙ୍ଗ ଆସୋସିଏସନର ରାଜ୍ୟ ସ୍ତରୀୟ ମୁକାବିଲା

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା

Odisha Sports Bureau