Cricket

୫୫୬ ରନ ସହ ୪ ୱିକେଟ ନେଲେ ଏହି ଖେଳାଳି

ମାତ୍ର ୧୪ ବର୍ଷ ବୟସରେ ପ୍ରିୟାଂଶୁ ମୋଲିୟା ଶ୍ରୀ ଡିକେ ଗାଏକ୍ୱାଏଡ୍‌ ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟ୍‌ରେ ଅପରାଜିତ ୫୫୬ ରନ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଭଦୋଦରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ଦୁଇ ଦିନିଆ କ୍ରିକେଟ୍‌ ମ୍ୟାଚ୍‌ରେ ଗୁଜରାଟ୍‌ର ପ୍ରିୟାଂଶୁ ଯୋଗୀ କ୍ରିକେଟ୍‌ ଏକାଡେମୀ ବିପକ୍ଷ ମ୍ୟାଚ୍‌ରେ ଏଭଳି ରେକର୍ଡ କରିଛନ୍ତି। ପୂର୍ବତନ କ୍ରିକେଟର୍‌ ମୋହିନ୍ଦର ଅମରନାଥଙ୍କ ତତ୍ତ୍ୱାବଧାନରେ କ୍ରିକେଟ୍‌ ଖେଳୁଥିବା ପ୍ରିୟାଂଶୁ ନିଜର ୫୫୬ ରନ୍‌ ଇନିଂସ୍‌ରେ ୯୮ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ପ୍ରିୟାଂଶୁ କମାଲ କରିଛନ୍ତି।

ଅପସ୍ପିନ୍‌ ବୋଲିଂ କରୁଥିବା ପ୍ରିୟାଂଶୁ ୪ଟି ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସ୍ରେ ପ୍ରିୟାଂଶୁ ପ୍ରଥମେ ବୋଲିଂ କରି ୪ଟି ୱିକେଟ୍‌ ନେଇଥିଲେ। ଫଳରେ ଯୋଗୀ କ୍ରିକେଟ୍‌ ଏକାଡେମୀ ୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଏହାପରେ ସେ ବ୍ୟାଟିଂ କରିବାକୁ ଆସି ପ୍ରଥମ ଦିନରେ ୪୦୮ ଓ ଦ୍ୱିତୀୟ ଦିନରେ ୧୪୮ ରନ୍‌ କରି ସର୍ବମୋଟ ୩୧୯ ବଲରେ ୫୫୬ ରନ୍‌ କରିଥିଲେ। ଏହି ମ୍ୟାଚ୍‌ ପୂର୍ବରୁ ପ୍ରିୟାଂଶୁଙ୍କ ସର୍ବାଧିକ ୨୫୪ ରନ୍‌ କରିଥିଲେ। ପ୍ରିୟାଂଶୁ ଏଭଳି ଇନିଂସ୍‌ର ଶ୍ରେୟ ତାଙ୍କ ମେଣ୍ଟୋର ଅମରନାଥଙ୍କୁ ଦେଇଛନ୍ତି।

Related posts

୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକ

ଚମ୍ପିଆନ୍ସ ଗଲଫ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ କପିଲ

Odisha Sports Bureau

ବାଡେ ମିଆଁ ପରେ ଛୋଟ୍ ମିଆଁ କଲେ ଚମତ୍କାର; ସରଫରାଜଙ୍କ ଭାଇ ମୁଶୀର ବିଶ୍ୱକପରେ କଲେ ଦ୍ୱିତୀୟ ଶତକ

Odisha Sports Bureau