Cricket

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୧ରେ ଦଳ ଚୟନ

(ଓଡିଶା ସ୍ପୋର୍ଟ): ଆଇସିସି କ୍ରିକେଟ ବିଶ୍ୱକପରେ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ କ୍ରିକେଟ ଦଳ ଚର୍ଚ୍ଚାରେ ରହିଆସିଛି । ଏମଏସ ଧୋନିଙ୍କ ସନ୍ୟାସ ଠାରୁ ଆରମ୍ଭ କରି ରୋହିତ ଓ କୋହଲିଙ୍କ ଅଧିନାୟକ ଦକ୍ଷତା ପର୍ୟ୍ୟନ୍ତ, ରବି ଶାସ୍ତ୍ରୀଙ୍କ କୋଚ ପଦ ଠାରୁ ଦଳର ପରାଜୟର କାରଣ ପର୍ୟ୍ୟନ୍ତ ଗଳି ଗଳିରେ ଚାଲିଛି ଚର୍ଚ୍ଚା । ଏହି ଭିତରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ମଧ୍ୟ ହେବାକୁ ଅଛି ।

ଆସନ୍ତା ଜୁଲାଇ ୨୧ ତାରିଖ ଦିନ ଏହା ଉପରେ ନିଷ୍ପତ୍ତି ଆସିବ । ରବିବାର ଦିନ ଚୟନ କମିଟିର ବୈଠକରେ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ । ବିରାଟ କୋହଲି ଅଧିନାୟକ ଭାବେ ଏହି ଗସ୍ତରେ ଯିବାକୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବ । ଦଳ ଚୟନ ପୂର୍ବରୁ ଚୟନକର୍ତ୍ତା ସମସ୍ତ ଖେଳାଳିଙ୍କ ଫିଟନେସ୍ ରିପୋର୍ଟର ଅପେକ୍ଷାରେ ଅଛନ୍ତି । ସୂଚନାନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ । ପିଠିରେ ଅସୁବିଧା ଥିବା କାରଣରୁ ତାଙ୍କୁ ସମ୍ପୂର୍ଣ୍ଣ ସିରିଜରୁ ବିଶ୍ରାମ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦିନିକିଆ ଓ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ, ଯେମିତି ଟେଷ୍ଟ ସିରିଜରେ ସେ ଫ୍ରେସ୍ ହୋଇ ପ୍ରତ୍ୟାବର୍ତ୍ତନ କରିପାରିବେ ।

Related posts

୪୬ ବର୍ଷରେ ମାଷ୍ଟର ବ୍ଲାଷ୍ଟରଙ୍କର ୨୪ ତାରିଖ ସହ ଖାସ ସଂମ୍ପର୍କ

Odisha Sports Bureau

ହାପି ବାର୍ଥ ଡେ ବିରାଟ ; ୩୪ ବର୍ଷରେ ପାଦ ଦେଲେ କିଙ୍ଗ କୋହଲି

Odisha Sports Bureau

ଉର୍ବଶୀଙ୍କଠୁ ଅଧିକ ଇଶାଙ୍କୁ ପସନ୍ଦ କରୁଛନ୍ତି ପ୍ରଶଂସକ