Cricket

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୧ରେ ଦଳ ଚୟନ

(ଓଡିଶା ସ୍ପୋର୍ଟ): ଆଇସିସି କ୍ରିକେଟ ବିଶ୍ୱକପରେ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ କ୍ରିକେଟ ଦଳ ଚର୍ଚ୍ଚାରେ ରହିଆସିଛି । ଏମଏସ ଧୋନିଙ୍କ ସନ୍ୟାସ ଠାରୁ ଆରମ୍ଭ କରି ରୋହିତ ଓ କୋହଲିଙ୍କ ଅଧିନାୟକ ଦକ୍ଷତା ପର୍ୟ୍ୟନ୍ତ, ରବି ଶାସ୍ତ୍ରୀଙ୍କ କୋଚ ପଦ ଠାରୁ ଦଳର ପରାଜୟର କାରଣ ପର୍ୟ୍ୟନ୍ତ ଗଳି ଗଳିରେ ଚାଲିଛି ଚର୍ଚ୍ଚା । ଏହି ଭିତରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ମଧ୍ୟ ହେବାକୁ ଅଛି ।

ଆସନ୍ତା ଜୁଲାଇ ୨୧ ତାରିଖ ଦିନ ଏହା ଉପରେ ନିଷ୍ପତ୍ତି ଆସିବ । ରବିବାର ଦିନ ଚୟନ କମିଟିର ବୈଠକରେ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ । ବିରାଟ କୋହଲି ଅଧିନାୟକ ଭାବେ ଏହି ଗସ୍ତରେ ଯିବାକୁଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବ । ଦଳ ଚୟନ ପୂର୍ବରୁ ଚୟନକର୍ତ୍ତା ସମସ୍ତ ଖେଳାଳିଙ୍କ ଫିଟନେସ୍ ରିପୋର୍ଟର ଅପେକ୍ଷାରେ ଅଛନ୍ତି । ସୂଚନାନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ । ପିଠିରେ ଅସୁବିଧା ଥିବା କାରଣରୁ ତାଙ୍କୁ ସମ୍ପୂର୍ଣ୍ଣ ସିରିଜରୁ ବିଶ୍ରାମ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଅନ୍ୟପଟେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦିନିକିଆ ଓ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇପାରେ, ଯେମିତି ଟେଷ୍ଟ ସିରିଜରେ ସେ ଫ୍ରେସ୍ ହୋଇ ପ୍ରତ୍ୟାବର୍ତ୍ତନ କରିପାରିବେ ।

Related posts

ICC ରାଙ୍କିଙ୍ଗରେ ଶେଷ ହୋଇଛି ରୋହିତ ଶର୍ମାଙ୍କ ପ୍ରାଧାନ୍ୟ…

Odisha Sports Bureau

ଗିରିଶ ପଡିଆରେ ସୋନି ସାଗର ଚାଲେଞ୍ଜ ଟ୍ରଫି ୨୦୨୩ ଅନୁଷ୍ଟିତ, ନିକିରାଇ ଟିମ୍କୁ ହରାଇ ସାନ ଇଲେଭେନ ଭୁବନେଶ୍ୱର ବିଜୟୀ

Odisha Sports Bureau

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନରେନ୍ଦ୍ର ମୋଦି ଷ୍ଟାଡିୟମ

Odisha Sports Bureau