More Sports

ଭାରତକୁ ଦଶମ ପଦକ

ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ ମିଳିଛି ଦୁଇ ଦୁଇଟି ପଦକ । ଭାରତର ଆଥଲେଟ ମାରିଆପ୍ପାନ ଥାଙ୍ଗଭେଲୁ ଏବଂ ଶରଦ କୁମାର ଉଭୟ ଏହି ଇଭେଣ୍ଟରେ ଭାରତ ପାଇଁ ଦୁଇଟି ପଦକ ଆଣିଛନ୍ତି । ମାରିଆପ୍ପାନ ରୌପ୍ୟ ଏବଂ ଶରଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏମାନଙ୍କ ପଦକ ସହ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ତେବେ ଆଜି ଗୋଟିଏ ଦିନରେ ତିନୋଟି ଯାକ ପଦକ ଜିତିଛନ୍ତି ଭାରତୀୟ ଆଥଲେଟ । ଜାଭେଲିନରେ ସୁମିତ ସ୍ୱର୍ଣ୍ଣ ପଦକ ଏବଂ ହାଇ ଜମ୍ପରେ ମାରିୟପ୍ପନ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶୁଟିଂରେ ସିଂହରାଜ ଏବଂ ହାଇ ଜମ୍ପରେ ଶରଦ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି ।

Related posts

ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି ରାଇଡର ସନ୍ତୋଷ

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ଅନୁରାଧା ହେଲେ ଏଆଇପିଏସଏସପିବିର ଜାତୀୟ କ୍ରୀଡ଼ା ସଂଯୋଜକ

Odisha Sports Bureau