Cricket

ବିସିସିଆଇ ଦ୍ୱାରା ଏସିଆ କପ ତାଲିକା ଘୋଷଣା

ଘୋଷଣା ହେଲା ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍‌ ରାହୁଲ୍‌ ।

ଖବର ଅନୁଯାୟୀ, ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ସେପ୍ଟେମ୍ବର ୧୭ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌ର ସମସ୍ତ ମ୍ୟାଚ୍ । ତେବେ ଏସିଆ କପ୍‌ରୁ ନଜର ରଖି ପ୍ରାୟ ସମସ୍ତ ବୋର୍ଡ ନିଜ ନିଜର ଦଳ ଘୋଷଣା କରିସାରିଛନ୍ତି । ଭାରତ ବ୍ୟତୀତ ଆଉ ଦୁଇଟି ଟିମ୍‌ ଏବେ ଯାଏଁ ଦଳ ଘୋଷଣା କରିନଥିଲେ । କିନ୍ତୁ ଏବେ ୧୭ ଜଣିଆ ଟିମ୍‌ ଘୋଷଣା କରିଛି ବିସିସିଆଇ । ଏହି ଟିମ୍ ରୋହିତ ଶର୍ମାଙ୍କ ଅଧିନାୟକ ଦାୟିତ୍ୱ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାବାଦ୍‌ ଦୀର୍ଘ ଦିନ ପରେ ଦିନିକିଆ ଦଳକୁ ଫେରିଛନ୍ତି ଯଶପ୍ରୀତ ବୁମ୍‌ରାହ, ଶ୍ରେୟସ ଆୟର, କେଏଲ୍‌ ରାହୁଲ ।

ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ୟ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍‌ କିଷାନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍‌ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍‌ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।

Related posts

ମୁହାଁ ମୁହିଁ ହେବେ କେଏଲ ରାହୁଲ ଓ ଏଦେନ ମାରକ୍ରମ

୪ର୍ଥ ଦିନିକିଆ ନ୍ୟୁଜିଲାଣ୍ଡ ଆଗରେ ୯୩ ରନର ବିଜୟ ଲକ୍ଷ୍ୟ

Odisha Sports Bureau

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

Odisha Sports Bureau

Leave a Comment