Badminton

ସେୟଦ ମୋଦି ଇଣ୍ଟରନ୍ୟାସନାଲ କ୍ୱାଟର ଫାଇନାଲରେ ସାଇନା–ସାଈ ପ୍ରଣୀତ

(ଓଡିଶା ସ୍ପୋର୍ଟ): ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହେୱାଲ ଗୁରୁବାର ଦିନ ସେୟଦ ମୋଦି ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟର କ୍ୱାଟର ଫାଇନାଲରେ ନିଜ ପାଇଁ ଜାଗା ବନାଇ ନେଇଛନ୍ତି । ସାଇନା ମହିଳା ଏକକର ପ୍ରି କ୍ୱାଟର ଫାଇନାଲ ମୁକାବିଲାରେ ଅମୋଲିକା ସିଂଙ୍କୁ ୨୧-୧୪, ୨୧-୯ରେ ପରାସ୍ତ କରିଥିଲେ । ସେପଟେ ପୁରୁଷ ଏକକ ପ୍ରି -କ୍ୱାଟର୍ ଫାଇନାଲରେ ବି. ସାଈ ପ୍ରଣିତ ଇଣ୍ଡୋନେସିଆର ବ୍ୟାଡମିଣ୍ଟନ ଖେଳାଳୀ ଶେସର ହିରେନଙ୍କୁ ୨୧-୧୨, ୨୧-୧୦ରେ ହରାଇ କ୍ୱାଟର୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ସାଇନା ବୁଧବାରଠାରୁ ଆରମ୍ଭ ହେୀଇଥବା ସେୟଦ ମୋଦି ବିଶ୍ୱ ଟୁର୍ ସୂପର ୩୦୦ ର ମୁକାବିଳାରେ ସହଜରେ ସଫଳତା ହାସଲ କରିଥିଲେ । ତିନି ତିନିଥର ଚମ୍ପିଆନ ହୋଇଥିବା ସାଇନା ନେହେୱାଲ ମହିଳା ଏକକ ବର୍ଗର ପ୍ରଥମ ମ୍ୟାଚ୍ ରେ ମରିଶସର କେଟ୍ ଫୁ କୂନ୍ ଙ୍କୁ ୨୧-୧୦, ୨୧-୧୦ସେଟରେ ସିଧାସଳଖ ପରାସ୍ତ କରିଥିଲେ ।

ଏହା ସହିତ ପୁରୁଷ ଏକକ ବର୍ଗରେ ପ୍ରି-କ୍ୱାଟର ଫାଇନାଲରେ ପାରୁପଲ୍ଲୀ କଶ୍ୟପ୍ ଇଣ୍ଡୋନେସିଆର ଅବ୍ଦୁଲ୍ ଖୋଲିକଙ୍କୁ ୯-୨୧, ୨୨-୨୦, ୨୧-୮ ରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି, ସେପଟେ ସମିର ବର୍ମା ଚିନ୍ ର ଝାଓ ଜନପେଙ୍ଗଙ୍କୁ୨୨-୨୦, ୨୧-୧୭ରେ ପରାସ୍ତ କରି କ୍ୱାଟର ଫାଇନାଲରେ ପହଁଞ୍ଚିଛନ୍ତି ।

Related posts

କମାଲ କଲେ କିଟ୍ ଛାତ୍ରୀ ପଣ୍ଡା ସିଷ୍ଟର୍ସ

Odisha Sports Bureau

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗ ଫାଇନାଲରେ ସିନ୍ଧୁ

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Odisha Sports Bureau