(ଓଡିଶା ସ୍ପୋର୍ଟ): ଏ. ଆର ରେହମାନଙ୍କ ସଙ୍ଗୀତ, ମାଧୁରୀଙ୍କ ନୃତ୍ୟ , ଶାହାରୁଖଙ୍କ ଅନ୍ଦାଜ, ପ୍ରଭାସଙ୍କ ଡାଏଲଗ କିଛିକ୍ଷଣ ପାଇଁ ଆନନ୍ଦ ଦେଇପାରେ କିନ୍ତୁ ଏହାଦ୍ୱାରା ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ନାହିଁ । ବିଶ୍ୱକପ ହକି ମହାକୁମ୍ଭରେ ଷ୍ଟାର ମାନଙ୍କୁ ପ୍ରଧାନ୍ୟ ଦିଆଯାଇଥିବାବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବାକୁ ଭୁଲିଗଲେ ରାଜ୍ୟସରକାର । ବିଶ୍ୱକପ ହକି ଉଦଘାଟନୀ ଉତ୍ସବରେ ଯଦି ଦେଶର ରାଷ୍ଟ୍ରପତି ଯୋଗଦେଇଥିଲେ ଏହାର ମହତ୍ତ୍ୱ ଆହୁରି ବଢିଥାନ୍ତା । କିନ୍ତୁ ଦୁଭାଗ୍ୟ ଯେ, ରାଜ୍ୟସରକାର ଷ୍ଟାରମାନଙ୍କ ପ୍ରତି ଏତେ ଆନ୍ତରିକତା ଦେଖାଯାଇଥିବଳବେଳେ ଏପଟେ ରାଷ୍ଟ୍ରର ମୁଖ୍ୟଙ୍କୁ ଅଣାଦେଖା କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟସରକାର ହକି ଖେଳକୁ ରାଜ୍ୟରେ ଏଯାବତ୍ ପ୍ରାଧାନ୍ୟ ଦେଇନାହଁନ୍ତି । ହକି ଖେଳର ବିକାଶ ପାଇଁ ଭିତିଭୂମିର ଅଭାବ ରହିଛି । ରାଜ୍ୟସରକାର ଖେଳ ଉପକରଣ ତଥା ହକି ଖେଳ ପ୍ରତି ଆଗ୍ରହୀ ଥିବା ଖେଳାଳୀମାନଙ୍କୁ କୌଣସି ପ୍ରକାରର ପ୍ରୋତ୍ସାହନ ଦେଇନାହାଁନ୍ତି । ଏନେଇ ବୁଦ୍ଧିଜୀବିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।