More Sports

ପ୍ରୋ କବାଡ୍ଡୀ ୨୦୧୮: ୟୁୁପି ଯୋଦ୍ଧା ପାଟନା ପାଇରେଟର୍ସକୁ ୪୭-୩୧ରେ ହରାଇଲା

(ଓଡିଶା ସ୍ପୋର୍ଟ): ୟୁପି ଯୋନ୍ଧା ଭଲ ଖେଳ ପ୍ରଦର୍ଶନ କରି ରବିବାର ଦିନ ପ୍ରୋ କବାଡି ଲିଗ୍(ପିକେଏଲ୍) ଷଷ୍ଠରେ ଚମ୍ପିଆନ୍ ପାଟନା ପାଇରେଟର୍ସକୁୁ ୪୭-୩୧ରେ ପରାସ୍ତ କରିଛି । ବିଜେତା ଟିମ୍ ତରଫରୁ ପ୍ରଶାନ୍ତ କୁମାର ୧୦ ଏବଂ ଅଜାଦ୍ ସିଂହ ଆଠଗୋଟି ଅଙ୍କ ସଂଗ୍ରହ କରିଥିଲେ । ପାଟନା ପାଇଁ ମଞ୍ଜିତ୍ ସର୍ବାଧିକ ୧୦ ଅଙ୍କ ଅର୍ଜିତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ଗୁଜୁରାଟ ଫର୍ଚ୍ୟୁନଜାଇଟର୍ସ ଜୟପୁର ପିଙ୍କ ପେଥର୍ସକୁ ୩୪ -୨୯ରେ ପରାସ୍ତ କରିଥିଲା । ଏହି ପରାଜୟରେ ଜୟପୁର ଟିମ୍ ଜୋନ୍ ଏ ତାଲିକାରେ ସବା ଶେଷକୁ ଖସି ଯାଇଛି । ତାହାର ୧୮ ମ୍ୟାଚ୍ରେ ୫ଟି ବିଜୟ ସହିତ ୩୪ ଅଙ୍କ ଅଟେ । ସେହିପରି ଗୁଜୁରାଟ ୨୦ଟି ମ୍ୟାଚ୍ ମଧ୍ୟରୁ ୧୫ଟି ବିଜୟରୁ ୮୩ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ୟୁ ମୁଙ୍ଗା(୮୫)ଯାହା ଗୁଜୁରାଟ ଠାରୁ ଦୁଇ ଅଙ୍କ ଆଗରେ ରହିଛି ।

Related posts

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau

କ୍ରୀଡାବିତଙ୍କ ପାଇଁ ଭତ୍ତା ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ

Odisha Sports Bureau