More Sports

ପ୍ରୋ କବାଡ୍ଡୀ ୨୦୧୮: ୟୁୁପି ଯୋଦ୍ଧା ପାଟନା ପାଇରେଟର୍ସକୁ ୪୭-୩୧ରେ ହରାଇଲା

(ଓଡିଶା ସ୍ପୋର୍ଟ): ୟୁପି ଯୋନ୍ଧା ଭଲ ଖେଳ ପ୍ରଦର୍ଶନ କରି ରବିବାର ଦିନ ପ୍ରୋ କବାଡି ଲିଗ୍(ପିକେଏଲ୍) ଷଷ୍ଠରେ ଚମ୍ପିଆନ୍ ପାଟନା ପାଇରେଟର୍ସକୁୁ ୪୭-୩୧ରେ ପରାସ୍ତ କରିଛି । ବିଜେତା ଟିମ୍ ତରଫରୁ ପ୍ରଶାନ୍ତ କୁମାର ୧୦ ଏବଂ ଅଜାଦ୍ ସିଂହ ଆଠଗୋଟି ଅଙ୍କ ସଂଗ୍ରହ କରିଥିଲେ । ପାଟନା ପାଇଁ ମଞ୍ଜିତ୍ ସର୍ବାଧିକ ୧୦ ଅଙ୍କ ଅର୍ଜିତ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ଗୁଜୁରାଟ ଫର୍ଚ୍ୟୁନଜାଇଟର୍ସ ଜୟପୁର ପିଙ୍କ ପେଥର୍ସକୁ ୩୪ -୨୯ରେ ପରାସ୍ତ କରିଥିଲା । ଏହି ପରାଜୟରେ ଜୟପୁର ଟିମ୍ ଜୋନ୍ ଏ ତାଲିକାରେ ସବା ଶେଷକୁ ଖସି ଯାଇଛି । ତାହାର ୧୮ ମ୍ୟାଚ୍ରେ ୫ଟି ବିଜୟ ସହିତ ୩୪ ଅଙ୍କ ଅଟେ । ସେହିପରି ଗୁଜୁରାଟ ୨୦ଟି ମ୍ୟାଚ୍ ମଧ୍ୟରୁ ୧୫ଟି ବିଜୟରୁ ୮୩ ଅଙ୍କ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ୟୁ ମୁଙ୍ଗା(୮୫)ଯାହା ଗୁଜୁରାଟ ଠାରୁ ଦୁଇ ଅଙ୍କ ଆଗରେ ରହିଛି ।

Related posts

କରୋନା ସଂକ୍ରମଣ ପାଇଁ ଏସିଆନ ଗେମ୍ସ ଅନିଶ୍ଚିତ କାଳ ପାଇଁ ସ୍ଥଗିତ

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau