Cricket

କୋହଲିଙ୍କୁ ପ୍ରଶଂସା କଲେ ବୋଲର ମିଚେଲ୍ ଷ୍ଟାର୍କ

(ଓଡିଶା ସ୍ପୋର୍ଟ): କୋହଲି ଜଣେ ଚମତ୍କାର ଉଚ୍ଚମାନର ଖେଳାଳି ଓ ଅଧିନାୟକ ବୋଲି ଆଖ୍ୟା ଦେଇଛନ୍ତି ଅଷ୍ଟ୍ରେଲିଆର ପେସ୍ ବୋଲର ମିଚେଲ୍ ଷ୍ଟାର୍କ। ଆଇପିଏଲ୍ ବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଡ୍ରେସିଂ ରୁମ୍ରେ କୋହଲିଙ୍କ ସହ ସମୟ କାଟିଥିବାରୁ ଷ୍ଟାର୍କ ଏଭଳି ଅନୁଭବ କରିଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି। ବିରାଟ ଜଣେ ଚମତ୍କାର ଖେଳାଳି ଏବଂ ଅଧିନାୟକ।

କୋହଲିଙ୍କ ପଡ଼ିଆ ଭିତର ଆଚରଣ ଓ ସ୍ବଭାବକୁ ନେଇ ପୂର୍ବତନ ଖେଳାଳିମାନେ ଦୁଇ ଭାଗ ହୋଇଯାଇଥିବା ବେଳେ ଷ୍ଟାର୍କ ତାଙ୍କ ସମର୍ଥନରେ ବାହାରିଛନ୍ତି।
ଚଳିତ ଶୃଙ୍ଖଳାରେ ଭାରତ କିଭଳି ଖେଳିବ ଏହା ତାଙ୍କ ଉପରେ ନିର୍ଭର କରିବ ବୋଲି ମଧ୍ୟ ଷ୍ଟାର୍କ ମତ ରଖିଛନ୍ତି। କୋହଲିଙ୍କୁ ରବିବାର ରବି ଶାସ୍ତ୍ରୀ ଜଣେ ଅତି ଭଦ୍ରଲୋକ ବୋଲି କହିଥିଲେ। ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଏବଂ ଅଧିନାୟକଙ୍କଠାରୁ ମଧ୍ୟ କୋହଲି ସମର୍ଥନ ପାଇସାରିଛନ୍ତି।

Related posts

ଲଗାତାର ଦୁଇଟି ଆଇପିଏଲ ଚାମ୍ପିଅନସିପ୍ ଦେଇଥିବା ରଜତ ପାଟିଦାରଙ୍କୁ ଟିମ୍ ଇଣ୍ଡିଆରେ କାହିଁକି ସ୍ଥାନ ମିଳିଲା ନାହିଁ?

ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି

Odisha Sports Bureau

ବିଶ୍ୱକପ୍ ୨୦୨୩: ଭାରତରେ ୯ଟି ସ୍ଥାନରେ ମ୍ୟାଚ୍ ଖେଳାଯିବା ନେଇ ଘୋଷଣା