More Sports

ପ୍ରୋ-ଭଲିବଲ ଲିଗ୍ ରେ ୬ ବିଦେଶୀ ଖେଳାଳି ସାମିଲ

(ଓଡିଶା ସ୍ପୋର୍ଟ): ଲିଗ୍ ର ପ୍ରଥମ ସଂସ୍କରଣ ଫେବୃୟାରୀ ୨ରୁ ଆରମ୍ଭ ହେବ। ପ୍ରତ୍ୟେକ ଦଳରେ ୧୨ଜଣ ଲେଖାଏଁ ଖେଳାଳି ରହିବେ। ପ୍ରୋ-ଭଲିବଲ ଲିଗ୍ ଉଦ୍ଘାଟନୀ ସଂସ୍କରଣର ଡ୍ର’ ନିକଟତର ହେବାରେ ଲାଗିଥିବା ବେଳେ ପ୍ରଥମ ସିଜନ ପାଇଁ ଲିଗ୍ରେ ଆହୁରି ୬ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯାଇଛି। ଫଳରେ ପ୍ରତ୍ୟେକ ଦଳ ସେମାନଙ୍କ କୋଟା ଅନୁସାରେ ଦୁଇଜଣ ଲେଖାଏଁ ବିଦେଶୀ ଖେଳାଳିଙ୍କୁ ନେଇ ପାରିବେ। ବେସ୍ଲାଇନ୍ ଭେଞ୍ଚର୍ସ ଏବଂ ଭଲିବଲ୍ ଫେଡେରେଶନ ଅଫ୍ ଇଣ୍ଡିଆର ମିଳିତ ଉଦ୍ୟମ କ୍ରମେ ହେଉଥିବା ପ୍ରୋ-ଭଲିବଲ ଲିଗ୍ର ଟାଇଟଲ ପାଇଁ ୬ଟି ସହର ଭିତ୍ତିକ୬ଟି ଟିମ୍ ଅଂଶଗ୍ରହଣ କରିବେ। ଲିଗ୍ର ଦ୍ୱିତୀୟ ଚିଠାରେ ରୁଷିଆର ଭିକ୍ଟର ସିସୋଭଙ୍କୁ ଅହମ୍ମଦାବାଦ ଡିଫେଣ୍ଡର୍ସ ନେଇଛି। ସେହିପରି କୋଚି ବ୍ଲୁ ସ୍ପାଇକର୍ସ ସ୍ଲୋଭାକିଆର ଆଣ୍ଡ୍ରେଜ୍ ପ୍ୟାଟକ୍ଙ୍କୁ ଦଳରେ ନେଇଛି। କାନାଡ଼ାର ନିକୋଲାସ ଡେଲ୍ ବାଏଙ୍କୋଙ୍କୁ ୟୁ ମୁମ୍ବା ଭଲି ନେଇଥିବା ବେଳେ ଲାଟିଭିଆର ରସ୍କାନ୍ସ ସୋରୋକିନ୍ସକୁ ଚେନ୍ନାଇ ସ୍ପାର୍ଟାନ ଗ୍ରହଣ କରିଛି। ସେହିପରି କାନାଡ଼ାର ଆଲେକ୍ସ ବ୍ୟାଡର ବ୍ଲାକ୍ ହକ୍ସ ହାଇଦ୍ରାବାଦ ଏବଂ ରିପବ୍ଲିକ ଅଫ୍ କଙ୍ଗୋର ଇଲୋଉନି ଏନ୍ଗ୍ୟାମ୍ପୋରୋଙ୍କୁ କାଲିକଟ୍ ହିରୋଜ ଗ୍ରହଣ କରିଛି।

Related posts

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

Odisha Sports Bureau

ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ମନୀଷ କୌଶିକ

Odisha Sports Bureau

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ