More Sports

ଜାତୀୟ ଟେବୁଲ୍ ଟେନିସ୍ ଶରତ କମଲ ଓ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍

(ଓଡିଶା ସ୍ପୋର୍ଟ): ବୁଧବାର ସିନିୟର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଉଦ୍ୟାପିତ ହୋଇଯାଇଛି। କଟକ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏଥିରେ ପୁରୁଷ ଏକକ ବର୍ଗରେ ଶରତ କମଲ ଚାମ୍ପିଅନ୍ ହୋଇଛନ୍ତି। ଏହି ବିଜୟ ସହ ଲଗାତର ୯ ଥର ପାଇଁ ସେ ଜାତୀୟ ଚାମ୍ପିଅନସିପ୍ରେ ବାଜି ମାରିଛନ୍ତି। ସେହିପରି ମହିଳା ଏକକ ବର୍ଗରେ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍ ହୋଇଛନ୍ତି। ପୁରୁଷ ବର୍ଗରେ ପିଏସ୍ପିବି ଦଳଗତ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା ବର୍ଗରେ ଏ ବାଜି ମାର ନେଇଛି ପଶ୍ଚିମବଙ୍ଗ।

ଦୀର୍ଘ ୧୮ ବର୍ଷର ବ୍ୟବଧାନ ପରେ କଟକ ଇନ୍ଡୋର ଷ୍ଟାଡିୟମ୍ରେ ଏହି ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ ଖେଳାଯାଇଥିଲା। କଟକରେ ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରାଯାଇଥିବା ଓଡ଼ିଶା ରାଜ୍ୟ ଟେବୁଲ୍ ଟେନିସ୍ ସଂଗଠନ ସଭାପତି ଏଲ୍.ଏନ୍ ଗୁପ୍ତା କହିଛନ୍ତି। ଏହି ସଫଳତା ପରେ ଆସନ୍ତା ଜୁଲାଇରେ କଟକ ଇନ୍ଡୋର ଷ୍ଟାଡିଅମ୍ରେ ଭାରତ ଟେବୁଲ୍ ଟେନିସ୍ ସଂଘ ପକ୍ଷରୁ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ର ଆୟୋଜନ କରାଯିବ।

Related posts

ମାଲଦ୍ୱୀପକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା ଭଲିବଲ୍ ଟିମ୍

Odisha Sports Bureau

କରୋନା ସଂକ୍ରମଣ ପାଇଁ ଏସିଆନ ଗେମ୍ସ ଅନିଶ୍ଚିତ କାଳ ପାଇଁ ସ୍ଥଗିତ

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau